ରାୟଗଡ଼ ଜିଲ୍ଲାର ଲୋକ ମହୋତ୍ସବ ଚଇତି-୨୦୨୩ ର ଶୁଭାରମ୍ଭ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଦଭାଵନା ଗୃହଠାରେ ଚଳିତ ବର୍ଷର ଲୋକ ମହୋତ୍ସବ ଚଇତି ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଡ଼ିଓ ରାଜୀବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ପ୍ରକଳ୍ପ ନିର୍ଦ୍ଦେଶ ଡ଼ଃ ଦୟାନିଧି ବାଗ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, କ ଜୋନ ଜିଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ସ୍ଥାନୀୟ ଐତିହାସିକ ସର୍ବପୁରାତନ ପ୍ରସିଦ୍ଧ ଦେବଗିରି ଶିବ ପୀଠ ପାହାଡ ଉପରେ ଥିବା ଗଙ୍ଗା, ଯମୁନା କୁଣ୍ଡରୁ ସୁବାସିତ ପବିତ୍ର ଜଳ ସଂଗ୍ରହ କରି ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ରାୟଗଡା ଜିଲ୍ଲାର ଏଗାର ଗୋଟି ବ୍ଲକକୁ ଉକ୍ତ ଜଳ ନେଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି ଚଇତି ମହୋତ୍ସବ ୨୦୨୩ ଆରମ୍ଭ କରାଯିବ ବୋଲି ଆଲୋଚନା ହୋଇଛି। ଏ ନେଇ ଚଳିତ ମାସ ୧୧ ତାରିଖରେ କଲ୍ୟାଣସିଂହପୁର ଠାରେ ଶୁଭାରମ୍ଭ ସହ ବ୍ଲକ ଚଇତି ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଆଞ୍ଚଳିକ ଭାଷା କଳା ସଂସ୍କୃତିର ପାରମ୍ପରିକ ଆଦିବାସୀ ଗୁର୍କି ନାଚ, ଘାଗଡା ନାଚ, ଡଙ୍ଗରିଆ ନାଚ, ଘୁମୁରା ନାଚ ଓ ସଙ୍କୀର୍ତ୍ତନ ମଣ୍ଡଳୀ ସହ ଭଳି କି ଭଳି ଅନ୍ୟ ପାରମ୍ପରିକ ଲୋକକଳା ନାଚ ବାଦ୍ୟର ତାଳେ ତାଳେ ଶିବ ମନ୍ଦିର ଠାରୁ କଳସ ଯାତ୍ରା ଆରମ୍ଭ କରି ନଗର ପରିକ୍ରମା କରିବା ପରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି କାର୍ଯ୍ୟକ୍ରମ ଉଦଘାଟନ କରାଯିବ ବୋଲି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଛି। ଉକ୍ତ ବୈଠକରେ ବ୍ଲକ ମଙ୍ଗଳ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର କନିଷ୍ଠ କିରାଣୀ ଦୟାନିଧି ଭତ୍ରା, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଏବଂ ଆଞ୍ଚଳିକ କଳାକାର ବୃନ୍ଦ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.