ବିଶ୍ଵନାଥପୁର ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ସ୍ଥିତ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଳେ ଏଥିରେ ଯୁବ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବିଶେଷକରି କାର୍ଯ୍ୟକ୍ରମରେ କ୍ରୀଡା, ସମାଜସେବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିବା ଦେଖିବାକୁ ମିଳିଛି। ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କନ କୁମାର ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଯୋଗଦେଇ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସମ୍ବଦ୍ଧନା ସଙ୍ଗୀତ ପରିବେଷଣ କରାଯାଇ ଓ ଅତିଥିଙ୍କୁ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ମାଝୀ ରାଜ୍ୟ ସରକାର ଯୁବ ପିଢ଼ିଙ୍କ ସଂଗୀତ, ନୃତ୍ୟ, ଖେଳ ପ୍ରତି ଥିବା ଉତ୍ସାହକୁ ଗୁରୁତ୍ବ ଦେବା ସହ ଖେଳାଳି ମାନଙ୍କୁ ଆଗକୁ ନେବା ପାଇଁ ସମନ୍ବିତ ଯୁବ ବିକାଶ ଯୋଜନାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ଉପକୃତ ହୋଇ ଆଗକୁ ବଢ଼ି ପାରିବେ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ସରୋଜ କୁମାର ନାୟକ ପରିଚାଳନା କରିଥିବାବେଳେ ଅଧ୍ୟାପକ ଶରତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଚିତ୍ତରଞ୍ଜନ ବାରିକ, ସଞ୍ଜୟ କୁମାର ସିଂ, ଭୁବନ ମୋହନ ସାହୁ, ଜଗତରାମ ନାଏକ, ସୁଦର୍ଶନ ପାତ୍ର, ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ଟଙ୍କଧର ଦଣ୍ଡସେନା, କିଶୋର କୁମାର ଘଡ଼େଇ, ପି.ଆନନ୍ଦ ରାଓ, ଜୟରାମ ପାଢ଼ୀଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ତେବେ ସାଂସ୍କୃତିକ ଓ କ୍ରୀଡା କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଆସନ୍ତା ୧୧ ତାରିଖ ସୋମବାର ରକ୍ତଦାନ ଶିବିର ଅନୁଷ୍ଠିତ ହେବ ଏବଂ ୧୫ ତାରିଖ ଶୁକ୍ରବାର କାର୍ଯ୍ୟକ୍ରମ ଉଦଯାପିତ ହେବ ବୋଲି ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ରାଓ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.