ବଲାଂଗିରର ପ୍ରସିଦ୍ଧ ଶିତଳ ଷଷ୍ଠୀ ଯାତ୍ରା : ଦେବ ବିବାହର ସାନିଦ୍ଧ୍ୟ ପାଇବେ ନରନାରୀ

‘‘ଗିରିରାଜ ସୁନାନୀତ ବାମତନୁଃ ତନୁଃ ନିନ୍ଦିତ ରଜତ ଗିରିଧରଃ

ବିଧିବିଷ୍ଣୁ ସିରମିଦମ୍ ପଦ ଯୁଗଳଃ ପ୍ରଣମାମିଂ ଶିବ ଶିବଂ କଳ୍ପତରୁଃ ।।’’

ଯାହାଙ୍କ ବାମାଙ୍ଗରେ ଗିରିରାଜ କନ୍ୟା ପାର୍ବତୀ, ଯାହାଙ୍କ ଶୋଭା ରଜତ ଗିରିକୁ ନିନ୍ଦା କରେ । ଯାହାଙ୍କ ପାଦ ବ୍ରହ୍ମା ବିଷ୍ଣୁଙ୍କ ଶିରରେ ସଂସ୍ଥାପିତ, କଲ୍ୟାଣ ଦାନରେ ଯିଏ କଳ୍ପତରୁ ସଦୃଷ ସେହି ଶିବ ଶଙ୍କରଙ୍କୁ ପ୍ରଣିପାତ କରୁଛି ।

ଭାରତୀୟ ସଂସ୍କୃତିରେ ଭଗବାନ ଶିବ ଦେବଦେବ ମହାଦେବ ଭାବେ ସୁପରିଚିତ । ପିନାକି ଧାରି ମହାଦେବଙ୍କ ମହିମାକୁନେଇ ଶାସ୍ତ୍ର ପୁରାଣ ମୂଖରିତ । ଶୈବଧର୍ମ ଭାରତର ଏକ ପ୍ରାଚୀନ ଧର୍ମଧାରା । ଓଡିଶାର ପଶ୍ଚିମ ଭାଗରେ ଶୈବ ଧର୍ମର ଅନେକ ପୀଠସ୍ଥଳୀ ଦେଖିବାକୁ ମିଳେ ।

ମହାଦେବଙ୍କ ବିଭିନ୍ନ ଯାତ୍ରା ମଧ୍ୟରୁ ପଶ୍ଚିମ ଓଡିଶାରେ ଅନୁଷ୍ଠିତ ହେଉଥିବା ଶିତଳଶଷ୍ଠୀ ବା ଶିବ ବିବାହ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରେ ସେହି କ୍ରମରେ ପ୍ରାଚୀନ ପାଟଣା ରାଜ୍ୟ ତଥା ବର୍ତ୍ତମାନର ବଲାଂଗିରରେ ପାଳିତ ହେଉଛି ଶିତଳଶଷ୍ଠୀ ଯାତ୍ରା । ବଲାଂଗିର ଶିତଳ ଷଷ୍ଠୀ ଯାତ୍ରାର ମୂଖ୍ୟ ଆକର୍ଷଣ ନୃତ୍ୟ ହୋଇଥିବା ବେଳେ ପ୍ରଧାନ ବିଭବ ହେଉଛି ଲୋକାଚାର ଓ ପ୍ରାଚୀନ ସଂସ୍କୃତିର ଝଳକ ।

ଶୁକ୍ରବାର ରାତିରେ ଗିରିରାଜ କନ୍ୟାଙ୍କ ସହ ବିବାହ କରିବେ ଲୋକନାଥ ବାବା

ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ପରିଣୟ ପାଇଁ ନାନା ରଂଗରେ ସଜେଇ ହୋଇଛି ବଲାଗିଂର ସହର । ଆରମ୍ଭ ହୋଇଛି ଶିତଳଶଷ୍ଠୀ । ୭ ତାରିଖରେ ମାଁ ପାର୍ବତୀଙ୍କ ସହିତ ପ୍ରଭୁ ମହାଦେବଙ୍କ ଶୁଭ ପରିଣୟ ହେବକୁ ଥିବାବେଳେ ଏଥିପାଇଁ ସହରର ସବୁ କମିଟୀ ମାନଙ୍କର ପ୍ରସ୍ତୁତି ଚୁଡାନ୍ତରେ ପହଞ୍ଚିଛି । ସେପଟେ ଶିବ ପାର୍ବତୀଙ୍କ ମାଁ ବାପା ସାଜିବାର ଭାଗ୍ୟ ପାଇଥିବା ପରିବାର ମଧ୍ୟ ଖୁସିରେ ବିଭୋର ଥିବା ବେଲେ ବିବାହ ପାଇଁ ସବୁ ସାମଗ୍ରୀ ଯୋଗଡ ସାରିଛନ୍ତି ।

ଏଥର ବରପିତା ଭାବରେ ପାଲୋଣ୍ଡି ବାରିକ, ବର ମାତା ଲାବଣ୍ୟବତୀ ପାଣ୍ଡେ, କନ୍ୟା ପିତା ଭାବେ ବିବେକାନନ୍ଦ ଭୋଇ ଓ କନ୍ୟାମାତା ଭାବେ କମଳିନି ଭୋଇ ସୌଭାଗ୍ୟଲାଭ କରିଛନ୍ତି । ସବୁ ଶିତଲ ଶଷ୍ଠି କମିଟୀ ଏଥର ଆଲୋକ ସାଜ ସଜ୍ଜା ସହ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଳୋକ କଳା ଗୁଡିକୁ ପ୍ରାଧାନ୍ୟ ଦେଇଛନ୍ତି । ଯାହାପାଇଁ ଶିତଲଶଷ୍ଠିରେ ଏଥର ବଲାଗିଂର ସହରରେ ପ୍ରବଲ ଜନ ସମାଗମ ହେବାର ଜଣା ପଡିଛି ।

ଏହି ଦେବ ବିବାହରେ ଯେମିତି କୌଣସି ଅଭାବ ଅନାଟନ ନଆସେ ତାପାଇଁ ବର ଓ କନ୍ୟା ପକ୍ଷଙ୍କୁ ସମସ୍ତେ ସାହାର୍ଯ୍ୟ ସହଯୋଗ ମଧ୍ୟ କରିଛନ୍ତି । ଏବଂ ବିବାହ ଯେମିତି ଧୁମ ଧାମରେ ହେବ ତାପାଇଁ ସବୁ ପ୍ରସ୍ତୁତି ସମସ୍ତେ କରିଛନ୍ତି। ବଲାଗିଂରରେ ଏଥର ମୋଟ ୯ଟି କମିଟୀ ବଡ ଧୁମ ଧାମରେ ଏହି ଦେବ ବିବାହ ସମ୍ପର୍ଣ୍ଣ କରିବା ପାଇଁ ନିଜର ସବୁ ପ୍ରସ୍ତୁତିକୁ ଚୁଡାନ୍ତ ରୁପ ରେଖ ଦେଉଛନ୍ତି । ଯେଉଁଥିରେ ସୁଦପଡା, ରାଧାରାଣୀ ପଡା, ଏବିଏସଏସ ପଡା, ପେଲେସ ଲାଇନ , ଗାନ୍ଧି ନଗର ପଡା ଓ ବ୍ରାହ୍ମଣ ପଡା ଭଲି କମିଟୀ ମାନେ ବଡ ଧରଣର ଆୟୋଜନ କରୁଛନ୍ତି ।

ପୋଲିସ ତରଫରୁ ୪ପ୍ଲାଟୁନ ଫୋର୍ସ ଦିଆଯାଇଛ । ଲଗ୍ନ ଅନୁସାରେ ଅକ୍ଷିତୃତିୟାରେ ଥାଲ ଉଠିଲା ପରେ କାର୍ଡ ବଣ୍ଟନ ତଥା ନିମନ୍ତ୍ରଣ ସମସ୍ତେ ଦେଇ ସାରିଛନ୍ତି । ବର୍ତମାନ କନ୍ୟା ପିତାଙ୍କ ବାସ ଭବନରେ ପିନ୍ଧାଣୀ କାର୍ଯ୍ୟକ୍ରମ ଚାଲିଥିବାବେଳେ  ଆଉ କିଛି ଘଣ୍ଟାପରେ ମହାଦେବଙ୍କ ବରଯାତ୍ରୀ ଏଠାରେ ଆସି ପହଞ୍ଚିବ । ଏହାପରେ ପାରଂପାରିକ ରିତିନିତି ଅନୁସାରେ ଶିବ ବିବାହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ ।

 

ପ୍ରସ୍ତୁତି ଓ ଉପସ୍ଥାପନା :

ସଞ୍ଜୟ କୁମାର ମିଶ୍ର

ବଲାଂଗିର ପ୍ରତିନିଧି

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.