ସୋନପୁର,୭/୬ : ରାଜ୍ୟରେ ନବ ଗଠିତ ମନ୍ତ୍ରୀମଣ୍ଡଳରେ ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗର କ୍ୟାବିନେଟ ମନ୍ତ୍ରୀ ପଦ ପାଇଥିବା ସୋନପୁର ବିଧାୟକ ନିରଞ୍ଜନ ପୂଝାରୀ ଓ ବିରମହାରାଜପୁର ବିଧାୟକ ତଥା ଯୋଜନଓ ସମନୟ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରଥମ ଥର ସୁବର୍ଣ୍ଣୁରରେ ପହଞ୍ଚିବା ପରେ ସ୍ଥାନିୟ ଜିଲ୍ଲାପାଲ ସମ୍ମିଳନି କକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଜିଲ୍ଲାରେ ଦୁଇଟି ମନ୍ତ୍ରୀ ମନ୍ତ୍ରୀ ମଣ୍ଡଳରେ ସ୍ଥାନପାଇଥିବାରୁ ଜିଲ୍ଲାର ବିକାଶ ଆହୁରୀ ତ୍ୱରାନିତ ହୋଇପାରିବ ବୋଲି ଜିଲ୍ଲାପାଳ ମଧୁସୁଦନ ମିଶ୍ର ପ୍ରକାଶ କରିଥିଲେ । ସମସ୍ତ କ୍ଷେତ୍ରର ସାମୁହିକ ବିକାଶ ସହ ଏହି ଜିଲାକୁ ସମଗ୍ର ରାଜ୍ୟରେ ଏକ ଅଗ୍ରଣୀ ଜିଲା ଭାବରେ ଗଢି ତୋଳିବା ପାଇଁ ସମସ୍ତ ସରକାରୀ ବିଭାଗ ପରସ୍ପର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସେ ଜିଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କିୟ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲାପାଳ ମଧୁସୂଦନ ମିଶ ସଭାପତିତ୍ୱ କରିଥିବା ବେଲେ, ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲାପାଳ ବଳରାମ ମଲ୍ଲିକ ଜିଲ୍ଲା ମୁଖ୍ୟ ଚିକିସ୍ରାଧିକାରୀ ସରୋଜ ନାୟକ, ଜିଲ୍ଲା ଯୋଗାଣ ଅଧିକାରି ବିବେକା ନନ୍ଦ କର୍କରା, ପ୍ରମୁଖଙ୍କ ସହ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇