କେତେବେଳେ ମନେ ଭରିଦିଏ ସିଏ
କାମନାର ନୂଆ ଆଶା
ପୁଣି କେବେ ଏଠି ସାଜେ ବିନାଶକ,
ବଦଳେ ଜୀବନ ଦଶା ।
କେବେ ଦେଖାଏ ସେ’ ପ୍ରେମପ୍ରଣୟର
ମଧୁଭରା ସେଇ ଛବି
କେବେ ମନେ ଭରେ ବିରହର ଜ୍ୱାଳା,
ସାଜି ଅସ୍ତମିତ ରବି ।
ମୃଗତୃଷ୍ନା ପରି ମାୟାଜାଲ ବୁଣେ
ମଣିଷ ହୁଅଇ ବାଇ
ପ୍ରଲୋଭନେ ତାର ବଶୀଭୂତ ହୋଇ,
ପଛରେ ଯାଏ ଯେ ଧାଇଁ ।
ସପନ ଏମିତି କାଉଁରୀ କାଠିଟେ
ମଣିଷକୁ କରେ ବଶ
କେବେ ଝରାଏ ସେ’ ଆଖିରୁ ଲୋତକ,
କେବେ ଓଠେ ଭରେ ହସ ।
ସତ୍ୟଜିତ ସ୍ୱାଇଁ
ଅଡ଼ଶପୁର, କଟକ
For latest news & updates, click on bell button and subscribe to notifications.
Like us on Facebook👇