ରାୟଗଡା ସାହିତ୍ୟ ମହୋତ୍ସବ ୨୦୨୩ ଅନୁଷ୍ଠିତ

ମଣିଷର ଆବେଗ ସହ ଜଡିତ ରହିଛି ସାହିତ୍ୟ -ଡ. ଗୌରହରି ଦାସ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସାହିତ୍ୟ ଅନ୍ଧାରକୁ ଆଲୋକିତ କରେ। ଅତୀତକୁ ବୁଝିବା, ବର୍ତ୍ତମାନକୁ ଜାଣିବା ଏବଂ ଭବିଷ୍ୟତର ନକ୍ସା ତିଆରି କରିବାରେ ସାହାଯ୍ୟ କରେ ସାହିତ୍ୟ। ମଣିଷର ଆବେଗକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ ସାହିତ୍ୟ ବୋଲି ରାୟଗଡ ସାହିତ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟିକ, ଗାଳ୍ପିକ, ଲେଖକ ଡ.ଗୌର ହରିଦାସ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ୟୁଜିଏମଆଇଟି ସଭାଗୃହରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ଏହି ଉତ୍ସବରେ ମହୋତ୍ସବର ଅଧ୍ୟକ୍ଷ ତଥା କବି ଡ. ଦୁଷ୍ମନ୍ତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ କଲ୍ୟାଣି ସଂଘମିତ୍ରା ଦେବୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କବି ତଥା ବିଡିଏର ମୁଖ୍ୟ ଅର୍ଥ ପ୍ରବନ୍ଧକ ଲାବଣ୍ୟ ଶବର,କବି ତଥା ଅନୁବାଦକ ଆଶୁତୋଷ ପାତ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସଂପାଦକ ସୁଶାନ୍ତ ନାୟକ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାସଙ୍କୁ ପ୍ରଥମ ରାୟଗଡା ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀ ଦାସ ଏହି ସମ୍ମାନ ପାଇବା ପରେ ଭାବବିହ୍ବଳ ହୋଇଯାଇଥିଲେ। ତାଂକ ବକ୍ତବ୍ୟରେ ରାୟଗଡା ମହୋତ୍ସବକୁ ଭୃୟସୀ ପ୍ରଶଂସା କରିବା ସହ ଏହି ସମ୍ମାନ ତାଂକ ହୃଦୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା କହିଥିଲେ। ସେହିପରି ସଭାପତି ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ ଅନେକ ବର୍ଷର ସ୍ତବତା ପରେ ଏହି ମହୋତ୍ସବ ମାଧ୍ୟମରେ ରାୟଗଡା ମାଟିରେ ସାହିତ୍ୟ ପୁଃନ କ୍ରିୟାଶୀଳ ହୋଇପାରିଥିବାରୁ ସଂତୋଷ ବ୍ୟକ୍ତ କରିବା ସହ ଆଗାମୀ ବର୍ଷମାନଙ୍କରେ ଏଭଳି ଆୟୋଜନ ପାଇଁ ସହଯୋଗ କାମନା କରିଥିଲେ। ଏହି ପରିପ୍ରେକ୍ଷୀରେ ଉତ୍ସବର ସ୍ମରଣିକା ଶଦ୍ଦରାଗ ସମେତ ଗାଳ୍ପିକ ରବି ପଣ୍ଡା, ଗୋଲକ ଚନ୍ଦ୍ର ଦଳେଇ,ଶ୍ରୀରଙ୍ଗ ନାୟକଙ୍କ ଦ୍ବାରା ଲିଖିତ ପୁସ୍ତକ ଅତିଥିମାନଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଳ୍ପିକ ନାରାୟଣ ପଣ୍ଡା, ରାଜୀବ ଷଡଙ୍ଗୀ, ବିଜୟ କୁମାର ପ୍ରଧାନ, ରମେଶ ମିଶ୍ର, ଦୁର୍ଗା ଶତପଥୀ, ପ୍ରଣତି ପାତ୍ର, ଶୁଭ୍ରା ପଣ୍ଡା, ରାଜେଶ ପାଢୀ, ଗୋବିନ୍ଦ ରଥ, ତ୍ରିନାଥ ଖାଡେଙ୍ଗା, କୃଷ୍ଣପ୍ରିୟା ସାହାଣୀ, ରାମ ପ୍ରସାଦ ବିଷୋୟୀ, ଗଲୋକ ଚନ୍ଦ୍ର ଦଳେଇ, ଲୋକନାଥ ରାଉତ, କଲ୍ୟାଣୀ ଶାସମଲ, ମହେଶ୍ବର ମହାପାତ୍ର, ସଶ୍ମିତା ଆଚାର୍ଯ୍ୟ ସ୍ମଶିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଦ୍ବିତୀୟ ଅଧିବେଶନରେ ଗଳ୍ପ ପଠନ କାର୍ଯ୍ୟକ୍ରମ ରହିଥିଲା। ଏଥିରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ କିର୍ତ୍ତୀ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ରବୀ ପଣ୍ଡା, ମୁଖ୍ୟବକ୍ତା ଭାବେ ସଦାନନ୍ଦ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଲାବଣ୍ୟ ପଟନାୟକ ଯୋଗ ଦେଇଥିଲେ। ଏଥିରେ ବିମଳା ଶଂକର ଦାସ, ପ୍ରଣବକଳ୍ପ ପଟନାୟକ, ଶିବ ସୁନ୍ଦର ପାଣିଗ୍ରାହୀ, ବିମଳ ଚାନ୍ଦ ପଟନାୟକ ଓ ରାଜଲକ୍ଷ୍ମୀ ଦେବୀ ନିଜର ସ୍ବରଚିତ ଗଳ୍ପ ପଠନ କରିଥିଲେ।ବିଦିଶା ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବିପିନ ବିହାରୀ ବିଶ୍ବାଳ ଅତିଥି ପରିଚୟ ପ୍ଦଦାନ କରିଥିବା ବେଳେ ରମେଶ ଟାକ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବର ତୃତୀୟ ଅଧିବେସନରେ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବି ଜୟଦେବ ସିଠଙ୍କ ସଭାପତିତ୍ବରେ ଆୟୋଜିତ ଏହି ଅଧିବେଶନରେ ବିଶିଷ୍ଟ କବିୟତ୍ରୀ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡିଆ ଭାଷା ପରିଷଦର ସଦସ୍ୟା ଡ.ପ୍ରିତିଧାରା ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ କବି ରବୀ ଶତପଥୀ ଓ କବି ଚକ୍ରପାଣି ପରିଛା ସମ୍ମୃାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। କବି ଦେବେନ୍ଦ୍ର କୁମାର ବାଉରୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ରବି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶତାଧିକ କବି ଓ କବିୟତ୍ରୀମାନେ ନିଜର ସ୍ବରଚିତ କବିତା ପାଠ କରିଥିଲେ।କବିତାଗୁଡିକକୁ ସଂଯୋଜନା କରିଥିଲେ ବିଦିଶା ଶତପଥୀ,ବେବିରାଣୀ ନନ୍ଦ, ନିରଞ୍ଜନ ନାୟକ,ପ୍ରଫୁଲ ପାଢୀ,ହୃଷିକେଷ ଜାଲି ଶ୍ରୀଧର ପଟନାୟକ ଓ ଉତ୍ତମ ଦାସ।ରାୟଗଡା ସାହିତ୍ୟ ମହୋତ୍ସବକୁ ଲାବଣ୍ୟ ପଟନାୟକ,ଅରୁଣ ପାଣିଗ୍ରାହୀ, ନିଳମଣୀ ପାଟଯୋଶୀ, ଶିବ ମିଶ୍ର,ତ୍ରିବେଣୀ ମିଶ୍ର, ମଞ୍ଜୁଶ୍ରୀ ମୁଖାର୍ଜି, ଡ. ଅର୍ଚ୍ଚନା ପଟନାୟକ, ଶ୍ରୀରଙ୍ଗ ନାୟକ, ଗୌରଙ୍ଗ ରାଉତ, ପ୍ରସନ୍ନ କୁମାର ଗନ୍ତାୟତ, ହୃଷିକେଶ ରଥ, ହିମାଂଶୁ ଶେଖର ପାଣ୍ଡିଆ, ଅରୁଣ ଲେଙ୍କା ପ୍ରମୁଖ ପରିଚାଳନା କରିଥିବା ବେଳେ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.