ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଅଞ୍ଚଳରେ ଧିରେଧିରେ ଧନୁଯାତ୍ରାର ମାହୋଲ ବଢ଼ିବାରେ ଲାଗିଛି। ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ଠାରେ ପ୍ରଥମେ ଆରମ୍ଭ କରାଯାଇ ଏହି ବର୍ଷ ଷଷ୍ଠ ତମ ବର୍ଷରେ ପଦାର୍ପଣ କରିବ। ଏହା ପରେ ଲାଞ୍ଜିଗଡ଼ ଠାରେ ଚାଲିଆସୁଥିବା ଧନୁଯାତ୍ରା ମସୋତ୍ସବ ଦ୍ୱିତୀୟ ବର୍ଷ ପରେ କୌଣସି କାରଣର ବଶତଃ ବନ୍ଦ ରହିଛି। ତେବେ ବର୍ତ୍ତମାନ ପ୍ରଥମ ବର୍ଷ ଧନୁଯାତ୍ରା କରିବେ ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳବାସୀ। ଏହି ପରିପ୍ରେକ୍ଷୀରେ ରବିବାର ପୋଖରୀବନ୍ଧ ଠାରେ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇଙ୍କ ତତ୍ବାବଧାନରେ ତାଙ୍କର ମନ୍ତ୍ରୀ ପରିଷଦ ତଥା କଳାକାର ମାନଙ୍କ ସହିତ ପୋଖରୀବନ୍ଧ ଠାରେ ପହଞ୍ଚି ଥିଲେ। ତେବେ ଏହି ଧନୁଯାତ୍ରାରେ କଂସ ଭୂମିକାରେ ନରେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଭୂମିକାରେ ନନ୍ଦିଘୋଷ ମହାପାତ୍ର, ସେନାପତି ଭୂମିକାରେ ଅରୁଣ ଖର୍ସେଲ ଅଭିନୟ କରିବେ ଏଥିପାଇଁ ପାଇଁ ଧନୁଯାତ୍ରା କମିଟି ସଦସ୍ୟ ତଥା ପୋଖରୀବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳବାସୀ ରୀତିନୀତି ଅନୁସାରେ ଫୁଲ, ନଡ଼ିଆ ଉପଢୌକନ ଦେଇ ବରଣମାଲା କରିଥିଲେ। ଚଳିତ ଡିସେମ୍ବର ମାସ ୧୭ ରୁ ୨୬ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ସ୍ଥିରୀକୃତ ହୋଇଛି। ଏହି ଅବସରରେ ବିଭିନ୍ନ ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନା ବଜାର, ଅପେରା, ରାମଦୋଳି ଓ ଓଡ଼ିଶାର ଚର୍ଚ୍ଚିତ ହାସ୍ୟ ଅଭିନେତା ପପୁ ପମ୍ ପମ୍, ପ୍ରଜ୍ଞା, ଗୁଲୁ, ଜୀନା ଭଲି ଅନେକ କଳାକାର ଆସୁଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଏଥିରେ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ରମେଶ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ସନାତନ ବିଶି, ଉପସଭାପତି ପବିତ୍ର ବିଭାର, କର୍ଣ୍ଣ ମାଝୀ, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ବାଣୁଆଁ, ସମ୍ପାଦକ ବିକ୍ରମାଦିତ୍ୟ ବାରିକ, ଯୁଗ୍ମ ସମ୍ପାଦକ ଭଗବାନ ରାଉତ, କୋଷାଧ୍ୟକ୍ଷ ଶଙ୍କର ପ୍ରଧାନ, ଜୟମୁନୀ ବେହେରା, ଶାନ୍ତିଶୃଙ୍ଖଳା କମିଟି ମୁଖ୍ୟ ଭାଗିରଥି ବାଣୁଆଁ, ଭଲେନ୍ଟିଅର ମୁଖ୍ୟ ତିରୁପତି ପାତ୍ର, ରବିନ୍ଦ୍ର ବେହେରାଙ୍କ ସମେତ କମିଟିର କର୍ମକର୍ତ୍ତା ଏବଂ ଅଞ୍ଚଳବାସୀ ଉପସ୍ଥିତ ରହି କଂସ ବରଣ କରିଥିଲେ।