ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ରାଣୀ ଲକ୍ଷ୍ମୀ ବାଇ ଆତ୍ମ ସୁରକ୍ଷା ତାଲିମ ଶିବିର 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ, ପ୍ରଶିକ୍ଷିକା ସ୍ନେହଲତା ମୁଣ୍ଡ, ଧରିତ୍ରୀ ଦାସ, ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ପ୍ରଥମ ଦିନରେ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ। ବିଦ୍ୟାଳୟରେ ସମୁଦାୟ ୧୦୮ ଜଣ ଛାତ୍ରୀ (୬ଷ୍ଟ,୭ମ,୮ମ) ଏହି ତାଲିମ ଶିବିର ରେ ଯୋଗଦାନ କରିଥିଲେ। ରାଣୀ ଲକ୍ଷ୍ମୀ ବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ମୁଖ୍ୟତଃ କେବଳ ଛାତ୍ରୀ ମାନଙ୍କ ର ମନୋବଳ ବଢେଇବା ସହ କିପରି ନିଜକୁ ସୁରକ୍ଷା ଦେଇ ହେବା ସଙ୍ଗେ ସଙ୍ଗେ ଅନ୍ୟକୁ ସୁରକ୍ଷା ଦେଇପାରିବେ ସେ ସମ୍ପର୍କରେ ଶିକ୍ଷାଦାନ କରାଯାଇଥିଲା। ଏହା ପରେ ପରେ ବିମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭଇଁରିପାଲି ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଇଥିଲା। ଏହି ଆତ୍ମ ସୁରକ୍ଷା ତାଲିମ ଶିବିର ପ୍ରତ୍ୟେକ ମାସରେ ପାଞ୍ଚ ଦିନ ତାଲିମ ଦେବାର ପ୍ରାବଧାନ ଥିବା ବେଳେ ବିଦ୍ୟାଳୟର ଶିକ୍ଷକ କୋଟେଶ୍ବର ରାଓ, ଦିବ୍ୟସେନୀ ଦୁର୍ଗା, ନିବେଦିତା ବାଣୁଆ ଉଦ୍ଧବ ବାଗ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.