ଡିସେମ୍ବର ୨୨ ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ 

ସମ୍ବର୍ଦ୍ଧିତ ହେବେ ବରିଷ୍ଠରୁ କନିଷ୍ଠ ପାଞ୍ଚ ପିଢିର କଳାକାର

“ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ଓଡିଶା ନାଟ୍ୟ ଜଗତକୁ ଅବଦାନ” ଶୀର୍ଷକରେ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ସ୍ମାରକୀ ନାଟ୍ୟ ସଂସ୍ଥା” ଆସନ୍ତା ଡିସେମ୍ବର ୨୨ ତାରିଖ ଠାରୁ ଡିସେମ୍ବର ୨୬ ତାରିଖ ପର୍ଯ୍ଯନ୍ତ ୫ ଦିନ ବ୍ୟାପୀ ଭବାନୀପାଟଣା ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ “ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ – ୨୦୨୩” ଅନୁଷ୍ଠିତ ହେବ। ଏହି ମହୋତ୍ସବରେ ଗରଜୟପୁର ସପ୍ତର୍ଷି, ପଶ୍ଚିମବଙ୍ଗର ଗୌତମ ଦାସନ୍ଦି ରଚିତ ଏବଂ ନିର୍ଦ୍ଦେଶିତ ନାଟକ “ଆଙ୍ଗିକ”, ବିହାନ ଡ୍ରାମା ୱାର୍କସ୍, ଭୋପାଲର ବିମଲ ଚନ୍ଦ୍ର ପାଣ୍ଡେଙ୍କ ରଚିତ ଏବଂ  ସୌରଭ ଆନନ୍ଦଙ୍କ ନିର୍ଦ୍ଦେଶିତ ନାଟକ “ପ୍ରେମ ପତଙ୍ଗ”, କାନମାସ, ପାରାଦ୍ଵୀପର ପରେଶ ପଟ୍ଟନାୟକଙ୍କ ରଚିତ ଏବଂ ଶ୍ରୀମନନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ “ମିଥ୍ୟାବାଦୀ ଜିନ୍ଦାବାଦ”, ଇଫଟା, କୋଲକାତାର  ଦେବାଶିଷ ଦତ୍ତଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ “କ୍ରିଷ୍ଣା” ଏବଂ ସ୍ମାରକୀ ଭବାନୀପାଟଣାର ମନୋଜ କୁମାର ରଥଙ୍କ ରଚିତ ଏବଂ ନିର୍ଦ୍ଦେଶିତ ତଥା ସୌରଭ ମହାପାତ୍ରଙ୍କ ସହଯୋଗୀ ନିର୍ଦ୍ଦେଶିତ ନାଟକ “ଜମପୁରରେ ନିର୍ବାଚନ ତାତି” ନାଟକ ମଞ୍ଚସ୍ଥ ହେବ। ଆସନ୍ତା ୨୪ ତାରିଖ ଦିନ ୧୧ ଟାରେ ସ୍ମାରକୀ ପକ୍ଷରୁ “ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ଓଡିଶା ନାଟ୍ୟ ଜଗତକୁ ଅବଦାନ” ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏଥିରେ ଓଡିଶାର ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଆଲୋଚନାରେ ଭାଗ ନେବେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ନାଟକ କ୍ଷେତ୍ରରେ ଏ ମାଟିକୁ ବିଶେଷ ଅବଦାନ ପାଇଁ ବରିଷ୍ଠରୁ କନିଷ୍ଠ ପାଞ୍ଚ ପିଢିର ଅଭିନେତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ବରିଷ୍ଠ ବର୍ଗରୁ କ୍ରମରେ ଅଭିନେତା ଉମା ଶଙ୍କର ବାବୁ, ସୁରେଶ ସିଂ, ବିରଞ୍ଚି ନାରାୟଣ ମୁଣ୍ଡ, ଦେବାଶିଷ ତ୍ରିପାଠୀ ଏବଂ ଆଲୋକ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୌରଭ ମହାପାତ୍ର ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଆଜି ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରିଷ୍ଠ ଅଭିନେତା ଶୁଭେନ୍ଦୁ ମହାପାତ୍ର, ଦେବୀ ପ୍ରସାଦ ରଥ, ସୁଧୀର ରଥ, ରାମେଶ୍ଵର ତ୍ରିପାଠୀ, ଆଲୋକ କୁମାର ସାହୁ, ସୌମ୍ୟ ରଞ୍ଜନ ଜେନା, ଶୁଭମ ବେହେରା, ସୁଶୀଲ ଆଚାର୍ଯ୍ୟ, ତଥାଗତ ମିଶ୍ର, ପ୍ରଜ୍ଞା ପରିମିତା ନାୟକ, ଲିପ୍ସାରାଣୀ ବାରିକ, ଆର୍ଯ୍ୟା ନାୟକ, ପ୍ରିୟଙ୍କା ପଟ୍ଟନାୟକ, କେ. ଗୋପିଧର ନାୟର, ଅଜିତ କୁମାର ନାୟକ, ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.