କଳାହାଣ୍ଡି,୮/୬ : ନର୍ଲା ବ୍ଲକ ମୂଖ୍ୟାଳୟରୁ ୬ କିମି ଦୂର ଇନ୍ଦ୍ରମାଲ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଏକ ସଡକ ଦୂର୍ଘଟଣା ଘଟିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଶୁକ୍ରବାର ସଂନ୍ଧ୍ୟାରେ ଇନ୍ଦ୍ରମାଲ ଗ୍ରାମର ଭାରତ ଭୂଷଣ ସାହୁ (୨୩) ଛିଡା ହୋଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ମୋଟର ସାଇକେଲରେ ଧକ୍କା ଦେବାଫଳରେ ତାଙ୍କ ଗୋଡରେ ଯୋର ଆଘାତ ଲାଗିଥିଲା । ଖବରପାଇ ନର୍ଲା ପୋଲିସ ତାଙ୍କୁ ଉଦ୍ଧାର କରି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୂଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି ।
ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୌଡ (ବୁଲୁ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇