କବିତା : ଏଇ ତ ଜୀବନ

ଆକାଶର ନୀଳବକ୍ଷରେ
ଉଡୁଥିବା ଚିକଚିକ୍
ଉଡାଜାହାଜକୁ ଦେଖି
ତଳେ ଥିବା ଶିଶୁ ଟି ହୋଇଉଠୁଛି
ଆନନ୍ଦ ବିଭୋର

ଆଃ… କି ଖୁସି!

ତମାମ ସୁବିଧା ଜନକ
ସେହି ଜାହାଜରେ ବସିଥିବା
ପାଇଳଟ୍ ର ହଠାତ୍ ନଜର ପଡୁଛି
ସେଇ ଶିଶୁ ଉପରେ

ହୃଦୟ ସ୍ତବ୍ଧ,ନୀରବ
ଆଖି ଢଳଢଳ
“ଫେରି ଆସନ୍ତା କି ସେ ଦିନ”

ଦୃଷ୍ଟି ଫେରାଇ
ଓଠରେ ମୁରୁକି ହସ ସହ
ପୁଣି
ଦୃଷ୍ଟି କେନ୍ଦ୍ରିତ କରୁଛି
ନିଜ ଲକ୍ଷ୍ୟ ପଥରେ…
ବାସ୍!
“ଏଇ ତ ଜୀବନ”।

ସୁଜାତା ଭୋଇ

ବଡ଼ମାଳ, ଡୁଙ୍ଗୁରି, ବରଗଡ଼

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.