କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ସଦର ବିଧାୟକ ପ୍ରଦୀପ୍ତ ନାଏକଙ୍କୁ ନର୍ଲା ନିର୍ବାଚନ ମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧନା

କଳାହାଣ୍ଡି,୧୨/୬ : ନବ ନିର୍ବାଚିତ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଓ ସଦର ବିଧାୟକ ପ୍ରଦୀପ୍ତ କୁମାର ନାୟକଙ୍କୁ ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିପାଇଁ ମ.ରାମପୁର କାଳିମନ୍ଦିର ବରଗଛ ପଡିଆ ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମ.ରାମପୁର ମଣ୍ଡଳ ସଭାପତି ଖୁସିରାମ ସାହୁ ଏଥିରେ ସଭାପତିତ୍ବ କରିଥିଲେ ।

ନବ ନିର୍ବାଚିତ ଲୋକସଭା ସାଂସଦ ବସନ୍ତ ପଣ୍ଡା ଓ ବିଧାୟକ ପ୍ରଦୀପ୍ତ କୁମାର ନାୟକଙ୍କୁ ନର୍ଲା, କର୍ଲାମୁଣ୍ଡା, ମ.ରାମପୁର ଓ କେସିଙ୍ଗା ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ସମ୍ବର୍ଦ୍ଧତ କରିଥିଲେ। ଉକ୍ତ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ବସନ୍ତ ପୁରୋହିତ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ବଦ୍ରି ନାରାୟଣ ପଟ୍ଟନାୟକ ଓ ଶ୍ରୀକାନ୍ତ ହୋତା ପ୍ରମୂଖ ମଞ୍ଚାସିନ ଥାଇ ବିଜେପିର ନବ ନିର୍ବାଚିତ ଲୋକସଭା ସଦସ୍ୟ ଓ ବିଧାୟକଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସଭାରେ ରାଜ୍ୟ ସଭାପତି ତଥା ଲୋକସଭା ସଦସ୍ୟ ବସନ୍ତ ପଣ୍ଡା ଆଗାମୀ ଦିନରେ କିପରି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସେବାଗୁଡିକ ସହ ଅନ୍ୟାନ୍ୟ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଚେଷ୍ଟା କରିବି ବୋଲି ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତ୍ତା ଙ୍କୁ ପ୍ରତିଶୃତି ଦେଇ ଥିଲେ। ବରିଷ୍ଠ ବିଜେପି ନେତା ପଦ୍ମ ମିଶ୍ର ସଭା ସଂଯୋଜନା କରିଥିବାବେଳେ କର୍ଲାମୁଣ୍ଡା ମଣ୍ଡଳ ସଭାପତି ଚିତ୍ରସେନ ସାହୁ, ବଲ୍ଲଭ ସାହୁ, ଶରତ ସାହୁ, ନବୀନ ସାହୁ, ମନ ପଣ୍ଡା, ଅବନୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀ, ରୀନା ଭୋଇ, ପୁଷ୍ପକାନ୍ତୀ କୁମାର ପ୍ରମୁଖ ସହଯୋଗ କରିଥିଲେ ।

 

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.