ଧବଳେଶ୍ଵର ଡିଗ୍ରୀ କଲେଜର ନୂତନ ଶ୍ରେଣୀ ଗୃହ ଉଦ୍ଘାଟନ

+୨ ଓ +୩ ର ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଅନ୍ତର୍ଗତ ମୋହନ ଗିରି ସ୍ଥିତ ଧବଳେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ ର ନୂତନ ଶ୍ରେଣୀଗୃହ ଉଦ୍ଘାଟନ ଓ ଯୁକ୍ତ ଦୁଇ, ଯୁକ୍ତ ତିନି ର ବାର୍ଷିକ ଉତ୍ସବଅନୁଷ୍ଠିତ ହୋଇ ଯାଇଚି । ଏହି ଅବସର ରେ ଗୋକୁଳାନନ୍ଦ ବିଶ୍ଵାଳ ( ସଭାପତି – ଧବଳେଶ୍ଵର ଡିଗ୍ରୀ କଲେଜ) ଙ୍କ ସଭାପତିତ୍ବ ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂହ,ମୁଖ୍ୟ ବକ୍ତା – ଆନନ୍ଦ ପ୍ରଣୟ ତ୍ରିପାଠୀ ( ଅବସର ପ୍ରାପ୍ତ ଅଧ୍ୟକ୍ଷ ରିଶିଡ଼ା ମହାବିଦ୍ୟାଳୟ) ସମ୍ମାନନୀୟ ଅତିଥି ,ପିତାମ୍ବର ଭୋଇ ( କୁଳ ସଚିବ ) ଜୟଦେବ ସାହୁ ( ଉପ କୁଳ ସଚିବ ) ସୁଧାଂଶୁ ଶେଖର ପଣ୍ଡା ( ଅଧ୍ୟକ୍ଷ . ମ ରାମପୁର ),ଧ୍ରୁବ ଚରଣ ଗାନ୍ଧୀ ( ଅଧ୍ୟକ୍ଷ , ଧବଳେଶ୍ଵର ଡିଗ୍ରୀ କଲେଜ),ବିଭୁ ପୟର ପଟ୍ଟନାୟକ ( ଅଧ୍ୟକ୍ଷ ଧବଳେଶ୍ଵର ଉଚ୍ଚ ବିଦ୍ୟାଳୟ ) , ସୁଶୀଳ ପଧାନ( ଜମି ଦାତା) ଉପସ୍ଥିତ ଥିବା ବେଳେ ବିବରଣୀ ପଠନ ଶୁକଦେବ ସାହୁ – ସମ୍ପାଦକ ଧବଳେଶ୍ଵର ଉଚ୍ଚ ବିଦ୍ୟାଳୟ କରିଥିଲେ । ଅମିୟ ରଞ୍ଜନ ପ୍ରଧାନ ,ଉଭୟ କଲେଜର ପ୍ରତିଷ୍ଠାତା ସଦସ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ରୋହିତ ସୁନା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରା ଯାଇଥିଲା। ଏବଂ ସଭା ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ମହାବିଦ୍ୟାଳୟ ର ଲକ୍ଷ୍ମୀକାନ୍ତ ବେହେରା, ଅଜିତ ବିଶ୍ଵାଳ, ହେମନ୍ତ ଭୋଇ, ନିରଞ୍ଜନ ରଣା, ଅଚ୍ୟୁତ ମହାଖୁଡ଼ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.