ଲୋକାର୍ପିତ ହେଲା ସ୍ନିଗ୍ଧା ସାମନ୍ତରାୟଙ୍କ ଚାରିଗୋଟି ପୁସ୍ତକ

ଅତିଥି କହିଲେ, ପାଠକଙ୍କୁ ବିଭୁମନସ୍କ କରିବ ଏହି ଗ୍ରନ୍ଥମାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବୟିତ୍ରୀ ସ୍ନିଗ୍ଧା ସାମନ୍ତରାୟଙ୍କର ଚାରିଗୋଟି ଆଧ୍ୟାତ୍ମିକ ପୁସ୍ତକ ‘ପୀଠକୁ ପ୍ରଣତି’, ‘ତୁ ବଧିର ମୁଁ ଅଧୀର’, ‘ବିଶ୍ବାସ ବିଚାର ବନ୍ଧନ’ ଓ ‘ଭାବରେ ଗୁନ୍ଥିଛି ଶବ୍ଦ’କୁ କବୀମାତା ପ୍ରମୋଦିନୀ ଦାସ ଅନ୍ୟ ଅତିଥିମାନଙ୍କ ଗହଣରେ ଉନ୍ମୋଚନ କରିଥିଲେ।

Omkar Vasthu
Omkar Vasthu

ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପାଠକାର୍ପଣ ସଭାରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ଫକୀରମୋହନ ବିଶ୍ବବିଦ୍ୟାଳୟର ଭାଷାସାହିତ୍ୟ ବିଭାଗର ପ୍ରଫେସର ଡକ୍ଟର ଦେବାଶିଷ ପାତ୍ର, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ପଦାର୍ଥବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡକ୍ଟର କମଳାକାନ୍ତ ଜେନା ଅତିଥି ଭାବରେ ଯୋଗ ଦେଇ ଚାରିଗୋଟି ପୁସ୍ତକର ପୁଂଖାନୁପୁଂଖ ଆଲୋଚନା କରିବା ସହିତ ପୁସ୍ତକଗୁଡ଼ିକ ପାଠକମାନଙ୍କୁ ବିଭୁମନସ୍କ କରିବାରେ ସହାୟ ହେବ ବୋଲି ମତପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ସଂପାଦକ ଦୀପକ ବୋଷ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। କବୟିତ୍ରୀ ସ୍ନିଗ୍ଧା ସାମନ୍ତରାୟ ଲେଖକୀୟ ବକ୍ତବ୍ୟ ରଖିଥିଲେ। ଯୁଗ୍ମସଂପାଦକ ଡକ୍ଟର ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆହ୍ବାନ ଓ ଅନ୍ୟତମ ଯୁଗ୍ମସଂପାଦିକା କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ସାମନ୍ତରାୟ, ପ୍ରଫୁଲ୍ଲ କୁମାର ଦାସ, ହେମମାଳା ଦାଶ, ଅରୁଣା ରାୟ, ଅଞ୍ଜଳି ପଣ୍ତା, ଜ୍ୟୋତ୍ସ୍ନା ରାୟ, ନିବାରଣ ଜେନା, ଡ. ଶିରୀଶ ଚନ୍ଦ୍ର ଜେନା, ତପନ ରାୟ, ରାଜେନ୍ଦ୍ର ନାଥ ରାଉତ, ସ୍ବପ୍ନିଳା ଦାସ, ମୀରା ଦାସ, ଦୀପ୍ତିକାନ୍ତ ନନ୍ଦ, ଛବିଲତା ମଣ୍ତଳ, ଯୁମରନାଥ ପାତ୍ର, ଡ. ସମରବଲ୍ଲଭ ଭୋଇ, ବିପିନ୍ ବିହାରୀ ବାରିକ, କୃଷ୍ଣା ପ୍ରଧାନ, ଅମିତା ଚାନ୍ଦ, ରାମକୃଷ୍ଣ ପତି, ଶରତ କୁମାର ମହାପାତ୍ର, ସଙ୍ଗୀତା ଦାସ, ପ୍ରଭାକର ସାହୁ, ସୁବ୍ରତା ମହାନ୍ତି, ପୁଷ୍ପାଞ୍ଜଳି ଚକ୍ରବର୍ତ୍ତୀ, କରୁଣା କର ସ, ମନ୍ମଥ କୁମାର ସାହୁ, ସଞ୍ଜୟ ପଣ୍ତା, ବେଣୁଧର ସାହୁ ପ୍ରମୁଖ ବହୁ ସାହିତ୍ୟିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.