ଭେଲା ଓ ରଜନା ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ଭେଲା ଓ ରଜନା ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ତତ୍ୱାବଧାନରେ ଏବଂ ଭେଲା ପିଇଓ ମୋହନ ଚନ୍ଦନଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ, ଜିଲ୍ଲା ପରିଷଦ ଉପାଧକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, କୋମନା ବ୍ଲକ ଅଧକ୍ଷା ଅନସୂୟା କୁମ୍ଭାର, ଭେଲା ସରପଞ୍ଚ ବିମଲ ଯୋଶୀ, ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଭକ୍ତବନ୍ଧୁ ବୁଡ଼େକ, ସହକାରୀ ଯନ୍ତ୍ରୀ ଦୀନବନ୍ଧୁ ଶବର ପ୍ରମୁଖ ଯୋଗ ଦେଇ ମଂଚାସୀନ ଥିଲେ | ଭେଲାଗାଁ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା | ଲୋକଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ବିଭାଗର ଦ୍ୱାରା ପ୍ରଦର୍ଶିନୀ ଷ୍ଟଲ କରାଯାଇଥିଲା | ଜିଆରଏସ ଶ୍ରୀକାନ୍ତ ଦଣ୍ଡସେନା ପ୍ରମୁଖ ଭାବେ ସହଯୋଗ କରିଥିବା ବେଳେ ମୁକେଶ ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ | ସେହିପରି ରଜନା ଠାରେ ମଧ୍ୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ତତ୍ୱାବଧାନରେ ଏବଂ ପିଇଓ ପରମାନନ୍ଦ ମାଝୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଜୋନ ୧ ଜିଲ୍ଲାପରିଷଦ ସଭ୍ୟ ମୁରଲୀ ଭୋଇଙ୍କ ପ୍ରତିନିଧି ପ୍ରଦୀପ୍ତ ପୋଢ଼, କୋମନା ବ୍ଲକ ଅତିରିକ୍ତ ସହାୟକ ଯନ୍ତ୍ରୀ ଦୁର୍ଗା ଚରଣ ମେହେର, ସରପଞ୍ଚ କ୍ଷୀରସିନ୍ଧୁ ଭୋଇ, ସମିତି ସଭ୍ୟା ଭୂମିସୁତା ମାଝୀ, ନାଏକ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ମଂଚାସୀନ ଥିଲେ | ଜିଆଇଏସ ନରସିଂହ ସୁନାନୀ ମଞ୍ଚ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୃତ୍ୟ ପରିବେଶଣ କରିଥିଲେ | ତେବେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ନିଜର ପଂଚାୟତରେ ହୋଇଥିବା ବିକାଶଧାର ବିଷୟରେ ଲୋକଙ୍କୁ ସଚେତନତା କରାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ | ସାମାଜିକ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହେବା ସମ୍ପୂର୍ଣ ଭାବେ ସମ୍ଭବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.