ଅଙ୍ଗ ଦାନ ମହତ ଦାନ, ସମାଜ ପାଇଁ ଉଦାହରଣ

ଅମର ଆତ୍ମା ସୁବୋଜିତ୍

ସାନ ସିନା ଦାନ ତା ମହାନ। ଭୁବନେଶ୍ବର ସ୍ଥିତ କଳ୍ପନା ଅଞ୍ଚଳର  ବିଶ୍ବଜିତ ସାହୁଙ୍କ ଆଠ ବର୍ଷର ପୁଅ ଶୁବୋଜିତ୍ ସାହୁ, ଯିଏ କି ବିଦ୍ୟାଳୟରେ ପରୀକ୍ଷା ଦେବା ସମୟରେ ଅଚ଼େତ ହୋଇ ପଡ଼ିଗଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାରକୁ ଜଣାଇବା ପରେ ତାଙ୍କ ମା’ ଆସି ଶୁବୋଜିତ୍ ଙ୍କୁ ଡ଼ାକ୍ତରଖାନା‌ ନେଇଗଲେ, ସେଠାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମସ୍ତିଷ୍କ ଡ଼େଡ଼୍ ହୋଇଗଲା ଏବଂ ସେ ଦୁନିଆକୁ ଭଲଭାବରେ ପରଖିବା ପୂର୍ବରୁ ଆଖି ବୁଜିଲେ। ଏହି ଦାରୁଣ ଦୁଃଖକୁ ତାଙ୍କ ପିତାମାତା ସହ୍ୟ କରି କଠୋର ନିଷ୍ପତ୍ତି ନେଇ ସେହି ବାଳକ ଶୁବୋଜିତ୍ ର ଅଙ୍ଗଦାନ କଲେ। ଏହି ନିଷ୍ପତ୍ତି ପ୍ରକୃତରେ ମାନବିକତାର ମହତ୍ତ୍ଵକୁ ଦର୍ଶାଉଛି। ଯେଉଁ ଶୁବୋଜିତ୍ ଦିନେ ସ୍ବପ୍ନ ଦେଖିଥିଲେ ଯେ, ବଡ଼ ହୋଇ ଡ଼ାକ୍ତର ହେବି, ରୋଗୀଙ୍କ ସେବା କରିବି, କିନ୍ତୁ ସେ ସ୍ବପ୍ନ ସତ ହେବା ପୂର୍ବରୁ ଏ ଦୁନିଆ ଛାଡି ଚାଲିଗଲେ। ମୃତ୍ୟୁ ପରେ ବି ଅମର ସୁଭୋଜିତ୍। ଏତେ ବଡ଼ ଦାରୁଣ ଦୁଃଖକୁ ସହ୍ୟ କରି ପୁଅର ୮ଟି ଅଙ୍ଗକୁ ଦାନ କରି ସମାଜକୁ ବଡ଼ ବାର୍ତ୍ତା ଦେଇଛନ୍ତି ତାଙ୍କ ପିତାମାତା। ସେତିକି ବଡ ହୃଦୟ ନଥିଲେ, ବଡ ମାନସିକତା ନଥିଲେ ଅଙ୍ଗଦାନ କରିବା ନିଷ୍ପତି ମନରେ ଆସେ ନାହିଁ। ଏହି ନିଷ୍ପତ୍ତି ନେଇଥିବା ସେହି ପିତିମାତା ଆଜିର ସମାଜ ପାଇଁ ପ୍ରେରଣା। ଏହି ଅବିଶ୍ବସନୀୟ ଉପହାର ତାଙ୍କୁ ସାରା ଜୀବନ ଜୀବିତ କରି ରଖିବ। ଆମ ସମସ୍ତଙ୍କ‌ ମଧ୍ୟରେ ଶୁବୋଜିତ୍ ପ୍ରତି ଭଲପାଇବା ସବୁ ଦିନ ପାଇଁ ଉଜ୍ଜୀବିତ ହୋଇ ରଖିବ।ତୁମର ନିର୍ସ୍ବାର୍ଥପରତା ଏବଂ ସାହସିକତା ଆମ ଓଡ଼ିଶାର‌ ସମସ୍ତ ଜନମାନସରେ ସବୁଦିନ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। ଶୁବୋଜିତ୍ ଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ଶୁବୋଜିତ୍ ଥିଲେ ଓଡ଼ିଶା ଇତିହାସର ଜାଜ୍ବଳମାନ ତାରକା। ତୁମେ ସିନା ନାହଁ ଆଜି କିନ୍ତୁ ତୁମେ ବଞ୍ଚିଛ ୮ ଜଣଙ୍କ ଭିତରେ। ତୁମ ଆତ୍ମାର ସଦଗତି କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ। ତୁମକୁ ଶହେ ସଲାମ ଏବଂ ତୁମ ପିତାମାତାଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଅଜସ୍ର ଧନ୍ୟବାଦ୍। ତୁମେ ଅଭୁଲା ସ୍ମୃତି ସବୁଦିନ ପାଇଁ ମନେ ରହିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ଲେଖକ: ଆୟୁଷ୍ମାନ ଚୋୖଧୁରୀ
ମନସ୍ତତ୍ତ୍ୱବିଦ୍, ସ୍ବତନ୍ତ୍ର ଶିକ୍ଷକ
ଭୁବନେଶ୍ବର
ମୋବାଇଲ ନଂ: +91 93482 95556

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.