ଷ୍ଟାର୍ସ ପ୍ରକଳ୍ପ ଅନ୍ତର୍ଗତ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀଙ୍କୁ ଲାପଟପ ବଣ୍ଟନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଆଜି କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାରେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୫ ଜଣ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀଙ୍କୁ ଭାରତ ସରକାରଙ୍କ ଷ୍ଟାର୍ସ ପ୍ରକଳ୍ପ ଅନ୍ତର୍ଗତ ଲାପଟପ ସହିତ କଥନ ପୁସ୍ତକ ବଣ୍ଟନ ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଶ୍ରୀମତୀ ଦାସ ଛାତ୍ର ଛାତ୍ରୀଙ୍କୁ ଲାପଟପ ପ୍ରଦାନ କରି କଠିନ ପରିଶ୍ରମ, ଶୃଙ୍ଖଳା ଓ ନିଷ୍ଠାର ସହ ଭଲ ପାଠ ପଢି ସୁ ନାଗରିକ ହେବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଭାରପ୍ରାପ୍ତ ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ, ସମଗ୍ର ଶିକ୍ଷା ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ତରଭା ବ୍ଲକ ଅନ୍ତର୍ଗତ ଚାରଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ସଂଜିତ ରଣା, ବିନିକା ବ୍ଲକ ର ବାଉଁସୁଣୀ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ର ସତ୍ୟବାନ ସାଣ୍ଢ, ସିଂହିଝୁବା ଉଚ୍ଚ ବିଦ୍ୟାଳୟର ଛାତ୍ର ପୁରୁଷୋତ୍ତମ ଖେତୀ, ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଉଲୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଝୁନୁ ଜାଲ, ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କର୍ଲାଜୁରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଶଶାଙ୍କ ସେଠୀ ପ୍ରଭୁତି ଜିଲ୍ଲାପାଳଙ୍କ ଠାରୁ ଲାପଟପ ଗ୍ରହଣ କରି ବହୁତ ଖୁସି ଅନୁଭବ କରିଥିଲେ l ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ଙ୍କ ସହଜ ସୁବିଧା ତଥା ସରଳ ଶିକ୍ଷା ଗ୍ରହଣ ନିମନ୍ତେ ବିଶେଷ ସହାୟକ ପାଇଁ ପ୍ରଦତ୍ତ ଲାପଟପରେ ଏନ ଭି ଡି ଏ ସଫ୍ଟ ୱେୟାର ଏବଂ ଅଡିଓ ପୁସ୍ତକ ଉପଲବ୍ଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.