ଶିକ୍ଷକ ଆଦିକନ୍ଦ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧୀନସ୍ଥ ରୁପ୍ରା ଗ୍ରାମ ପଂଚାୟତର ତିତକେଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦିକନ୍ଦ ସାହୁ କର୍ମମୟ ଶିକ୍ଷକତା ଜୀବନରୁ ଆଜି ଅବସର ନେଇଛନ୍ତି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ତିତକେଲା ଗ୍ରାମବାସୀ ବିଦାୟ ସମ୍ବର୍ଦ୍ଧନା ଦେଇ ସାରି ଅବସର ପ୍ରାପ୍ତ ଶିକ୍ଷକଙ୍କ ନିଜ ଘର ରୁପ୍ରାରୋଡକୁ ଆଣି ଛାଡିଥିଲେ। ଶିକ୍ଷକଙ୍କ ବାସ ଭବନ ରୁପ୍ରାରୋଡରେ ସାହୁ ପରିବାର ଓ ଜ୍ଞାତି କୁଟୁମ୍ବଙ୍କ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ପାଇଁ ବିଶେଷ ବ୍ୟବସ୍ଥା କରଯାଇଥିଲା। ଘୁମୁରା ବାଦ୍ୟର ତାଳେ ତାଳେ ଶତାଧିକ ଶୁଭେଚ୍ଛୁ, ଶିକ୍ଷକ, ଜନ ସଧାରଣ ଭୀମକେଲା ଛକରୁ ଶୋଭାଯାତ୍ରାରେ ବାହାରି ତାଙ୍କ ବାସଭବନ ପର୍ଯ୍ୟନ୍ତ ଆସିଥିଲେ। ତାଙ୍କ ବୋହୁ, ପରିବାର ସଦସ୍ୟ ଓ ଅନ୍ୟାନ୍ୟ ମହିଳା ମାନେ ତାଙ୍କୁ ବନ୍ଦାପନା କରି ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ସୁସଜ୍ଜିତ ମଞ୍ଚରେ ଅବସର ପ୍ରାପ୍ତ ଶିକ୍ଷକ ଆଦିକନ୍ଦ ସାହୁ ଓ ତାଙ୍କ ଧର୍ମପତ୍ନୀ ସୁରୁଚି ସାହୁ ଉପବେଶନ କରିବା ପରେ ପରିବାର ବର୍ଗ, ଜନ ସାଧାରଣ, ଶିକ୍ଷକ ବନ୍ଧୁ ମାନେ ବନ୍ଦାପନା କରି ଉପହାର ମାନ ପ୍ରଦାନ କରିଥଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବରିଷ୍ଠ ଶିକ୍ଷକ ମାନେ ତାଙ୍କର କାର୍ଯ୍ୟ ଶୈଳୀ, ତାଙ୍କ କର୍ମନିଷ୍ଠତା ଓ ସମୟାନୁବର୍ତ୍ତିତା ବିଷୟରେ ବକ୍ତବ୍ୟ ରଖିଥିଲେ। ଭଗବତିଆ କବି ମଧୁସୂଦନ ରାଉତ କବିତା ପଠନ କରିଥିଲେ। ଯୁବ ଶିକ୍ଷକ ଅନୀଲ ସାହୁ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ଅନାଦି ଚରଣ ଗିରି, ସୁନୀଲ ଚାନ୍ଦ, ସରୋଜ ଚାନ୍ଦ, କ୍ଷମାନିଧି ସାହୁ, ତରୁଣ ସାହୁ, ସମୀର ନାଏକ, ପୁର୍ବତନ ବ୍ଲକ ଶିକ୍ଷା ଅଧିକାରୀ ବିଜୟ ସେନାପତି, ବିଶ୍ବମ୍ବର ସେନାପତି, ବିଇଓ ଅଫିସର କର୍ମଚାରୀ, ତିତକେଲା ଶିକ୍ଷା କମିଟିର ସଦସ୍ୟ ବୃନ୍ଦ, ରାକ୍ସୀ, ରୁପ୍ରା, ରୁପ୍ରାରୋଡ, ବରଗାଁ, ବଲବସପୁର ପ୍ରଭୃତି ଗ୍ରାମରୁ ଶତାଧିକ ଶୁଭେଛୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

୧୯୮୬ ମସିହା ନଭେମ୍ବର ୨୦ ରେ ସାନଗୁଣ୍ଡୁରୀ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରି ତିତକେଲା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧୨ ବର୍ଷ ଶିକ୍ଷାଦାନ କରି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଆଜି ଅବସର ଗ୍ରହଣ କରିଛନ୍ତି। ମୁଁ ନିଷ୍ଠାର ସହ ମୋ ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ ଦେଇ ଅନେକ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନ କରି ଆତ୍ମ ସନ୍ତୋଷ ଲାଭ କରିଛି। ଏଥିରେ ମୋର ପରିବାର ବର୍ଗ, ମୋର ସହଧର୍ମିଣୀ, ମୋର ଭାଇ ମାନଙ୍କ ଅନେକ ସହଯୋଗ ଓ ସପୋର୍ଟ ରହିଥିଲା। ମୋତେ ଏଭଳି ଭବ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ଦେଇ ସମ୍ମାନୀତ କରିଥିବାରୁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଆଦିକନ୍ଦ ସାହୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.