ବସୁ ପ୍ରହରାଜ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଥିବା ବସୁ ପ୍ରହରାଜ ସଂସ୍କୁତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡିତ ମୋଚିରାମ ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ କୁମାର ରଥଙ୍କ ସଭାପତିତ୍ୱରେ ଏବଂ ବସୁ ପ୍ରହରାଜ ସଂସ୍କୁତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ଦାଶଙ୍କ ପରିଚାଳନାରେ ଏହି ସମ୍ବର୍ଦ୍ଧନା ଉତ୍ସଵ ଆରମ୍ଭ କରାଯାଇଥିଲା। ଏହି ସ୍କୁଲ ୧୯୪୨ ମସିହାରେ ପ୍ରଥମେ ବଡ଼ ଖରିଡା ଗ୍ରାମର ବୀର ଜଗନ୍ନାଥ ପୁର ଶାସନ ଗ୍ରାମରେ ସ୍ଥାପନ କରାଯାଇଥିଲା। ଏଠାରେ କେବଳ ପ୍ରଥମା (ଷଷ୍ଠ, ସପ୍ତମ) ପିଲାମାନେ ଅଧ୍ୟୟନ କରୁଥିଲେ, କିନ୍ତୁ ୧୯୭୨ ମସିହାରେ ଏହି ସ୍କୁଲ ପୁରୁଷୋତ୍ତମପୁର ସ୍ଥାନାନ୍ତରିତ ହୋଇଥିଲା। ସେତେବେଳେ ଏହି ସ୍କୁଲର ପ୍ରଧାନ ପଣ୍ଡିତ ବଡ଼ ବରଙ୍ଗାର ଜଗନ୍ନାଥ ହୋତା ଏବଂ ସଭାପତି ଭାବେ ମଧୁ ସୂଦନ ଦାଶ ରହିଥିଲେ। ତାଙ୍କ ପରେ ତାଙ୍କ ଭାଇ ମକୁନ୍ଦ ହୋତା ପ୍ରଧାନ ପଣ୍ଡିତ ରହିଥିଲେ। ଏବଂ ସମ୍ପାଦକ ଭାବେ ଜଗନ୍ନାଥ ମହାପାତ୍ର ରହିଥିଲେ। ଉପସଭାପତି ହୋମିୟ ଡାକ୍ତର ସୁବାସ ଚନ୍ଦ୍ର ଗୌଡ଼ ଏବଂ ପୂର୍ବତନ ଛତ୍ରପୁର ବିଧାୟକ ବିଶ୍ୱନାଥ ସାହୁଙ୍କ ମିଳିତ ପ୍ରଚେଷ୍ଟାରେ ଏହି ସ୍କୁଲକୁ ମଧ୍ୟମା (ଷଷ୍ଠ ଠାରୁ ଦଶମ) କରାଯାଇ ଥିଲା। ସେହି ସମୟରେ ଏହି ସ୍କୁଲ ରେ ନୂତନ ୭ଜଣ ଶିକ୍ଷକ ନିଯୁକ୍ତି ହୋଇଥଲେ। ବଂଶୀଧର ଦଳାଇ (ସିଟିଶିକ୍ଷକ),  ମୋଚିରାମ ଦାଶ (ପ୍ରଧାନ ପଣ୍ଡିତ), ଦୀନବନ୍ଧୁ ଦାଶ (ସହକାରୀ ପଣ୍ଡିତ), ରାଜେନ୍ଦ୍ର ତ୍ରିପାଠ (ସହକାରୀ ପଣ୍ଡିତ), କୁମୁଦ ସ୍ୱାଇଁ, ଅଭିମନ୍ୟୁ ସିଠ, କଲ୍ୟାଣୀ ଦେଇ ପ୍ରଭୁତି ନିୟୋଜିତ ହୋଇଥିଲେ। ଆଜି ସମସ୍ତ ଶିକ୍ଷକ ଅବସର ନେଇଥିବା ବେଳେ, କେବଳ ଗୋଟିଏ ଶିକ୍ଷକରେ ଏହି ସ୍କୁଲରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ପର୍ଯ୍ୟନ୍ତ ୬୭ ଜଣ ପିଲାଙ୍କୁ ପଢ଼ାଉଛନ୍ତି। ତେବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଦାଶ ଆସନ୍ତା ଦୁଇ ତିନି ବର୍ଷ ପରେ ଏହି ଶିକ୍ଷକ ମଧ୍ୟ ଅବସର ନେବେ। ତେବେ ଆଗକୁ କଣ ହେବ ପିଲାଙ୍କ ଭବିଷ୍ୟତ ତାହା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏବଂ ସରକାରଙ୍କୁ ଜନ ସାଧାରଣଙ୍କ ଦାବୀ ତୁରନ୍ତ ଏହି ସ୍କୁଲରେ ଶିକ୍ଷକ ନିୟୋଜିତ କରନ୍ତୁ। ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିବା ମହାମାନ୍ୟ ବ୍ୟକ୍ତିମାନେ ହେଲେ ବ୍ରହ୍ମପୁର ରାମଧୀନ ସଂସ୍କୃତ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ରବି ନାରାୟଣ ପଟ୍ଟନାୟକ, ସି.ଆର.ସି ହେମନ୍ତ କୁମାର ବେହେରା, ବିଶିଷ୍ଟ ଶିକ୍ଷାବିତ ଏ.ରାଜ ଗୋପାଳ ରାଓ, ଅଧ୍ୟାପକ ପ୍ରଶାନ୍ତ କୁମାର ପଟ୍ଟନାୟକ, ବରିଷ୍ଟ ନାଗରିକ ସଂଘର କୋଷାଧକ୍ଷ ମନମୋହନ ତ୍ରିପାଠୀ ପ୍ରଭୁତି ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଗୁଣ ଗାନ କରିଥିଲେ। ଶେଷରେ ଏହି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ପଣ୍ଡିତ ଦୀନବନ୍ଧୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଏହି ଅନୁଷ୍ଠାନର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.