କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ପାଳିତ ହେବ ଘୋଷଯାତ୍ରା ଲୋକ ମହୋତ୍ସବ ୨୦୨୪ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ପବିତ୍ର ଘୋଷଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ବଡ଼ ଦାଣ୍ଡ ପୁରୀ ଠାରେ ୪୮ତମ କାର୍ଯ୍ୟକ୍ରମ “ଘୋଷଯାତ୍ରା ଲୋକ ମହୋତ୍ସବ ୨୦୨୪” ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବଡ଼ ଦାଣ୍ଡରେ ଭକ୍ତମାନଙ୍କୁ ସେବା ପ୍ରଦାନ କରିଥିବା ସମାଜସେବା ଅନୁଷ୍ଠାନ ଏବଂ ବ୍ୟକ୍ତି ମାନଙ୍କୁ ନନ୍ଦିଘୋଷ ସେବା ସମ୍ମାନ ୨୦୨୪ ପ୍ରଦାନ କରାଯିବ । ଓଡ଼ିଶାର ଯେଉଁ ସାରସ୍ବତ ସ୍ରଷ୍ଟା “ସନାତନ ଧର୍ମରେ ଘୋଷଯାତ୍ରାର ଆଧ୍ୟାତ୍ମିକ ପ୍ରଭାବ” ସମ୍ପର୍କରେ ଗବେଷଣାତ୍ମକ କବିତା/ ଗଳ୍ପ/ ପ୍ରବନ୍ଧ ପ୍ରଦାନ କରିଥିବେ ସେମାନଙ୍କୁ ନନ୍ଦିଘୋଷ ସାରସ୍ବତ ସମ୍ମାନ ୨୦୨୪ ପ୍ରଦାନ କରାଯିବ । ଗତ ବର୍ଷ ଭଳି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରାଯିବ । ଆଧ୍ୟାତ୍ମିକ ଗବେଷଣାତ୍ମକ ସାହିତ୍ୟକୁ ବିଶ୍ଵରେ ପ୍ରଚାର କରିବା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବା ପାଇଁ କୈବଲ୍ୟ ସାହିତ୍ୟ ସଂସଦର ପ୍ରୟାସ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ମତବ୍ୟକ୍ତ କରିଛନ୍ତି । ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତରାୟ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୈବଲ୍ୟ ଦରବାର ଅତିଥି ଭାବେ ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ (ସମ୍ପାଦକ ନବକାକଳି, ଜଗତସିଂହପୁର), ଡ଼କ୍ଟର ଅନିରୁଦ୍ଧ କୁରକୁରିଆ (ଆଧ୍ୟାତ୍ମିକ ପ୍ରବକ୍ତା, ସୋନପୁର), ଶ୍ରୀଯୁକ୍ତ ହେମନ୍ତ କୁମାର ଜେନା (ସମ୍ପାଦକ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ, କେନ୍ଦ୍ରାପଡ଼ା), ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଫାରକ (ଶିକ୍ଷାବିତ୍ ଓ ସଙ୍ଗୀତ ନିର୍ଦ୍ଦେଶକ, ପୁରୀ), ଶ୍ରୀଯୁକ୍ତ ଦେବଦତ୍ତ ପ୍ରଧାନ (କବି ଓ ପ୍ରାବନ୍ଧିକ, ପୁରୀ), ଶ୍ରୀଯୁକ୍ତ ଜନ ରଞ୍ଜନ ପ୍ରଧାନ (କବି, ଖୋର୍ଦ୍ଧା), ଶ୍ରୀଯୁକ୍ତ ବିପିନ ଦଳେଇ (ସମ୍ପାଦକ ପ୍ରିୟପତ୍ର, ପୁରୀ), ଶ୍ରୀଯୁକ୍ତ ଗଗନ ବିହାରୀ ପ୍ରଧାନ (ସମାଜସେବୀ, ପୁରୀ), ଶ୍ରୀଯୁକ୍ତ ଅଶୋକ କୁମାର ବେହେରା (କଣ୍ଠଶିଳ୍ପୀ, ଭୁବନେଶ୍ୱର), ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଜେନା (କଣ୍ଠଶିଳ୍ପୀ, ଭଦ୍ରକ), ଶ୍ରୀଯୁକ୍ତ ରିଖିରାମ ମେହେର, (କବି,କଳାହାଣ୍ଡି) ଶ୍ରୀଯୁକ୍ତ ଦୀପକ କୁମାର ନାୟକ (ଯାଜପୁର), ଶ୍ରୀଯୁକ୍ତ ନିବାସ ନାୟକ, (କବି, ବୌଦ୍ଧ), ଶ୍ରୀଯୁକ୍ତ ମାନସ କୁମାର ଦାସ (ସମ୍ପାଦକ ସତ୍ୟମେବ ଜୟତେ, କଟକ) ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି । ନନ୍ଦିଘୋଷ ସମ୍ମାନ ଶ୍ରୀଯୁକ୍ତ ହିମାଂଶୁ ଶେଖର ଖଟୁଆଙ୍କୁ, ଅନନ୍ୟ କଳା ପ୍ରତିଭା ପାଇଁ ପ୍ରଦାନ କରାଯିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.