ଲାଞ୍ଜିଗଡ଼ ଅଞ୍ଚଳର ପାରିପାର୍ଶ୍ବିକ ସମସ୍ୟା ଏବଂ ଜୀବନ ଜୀବିକାକୁ ନେଇ ବେଦାନ୍ତ କମ୍ପାନୀକୁ ୨୫ ଗୋଟି ଦାବି ନେଇ ଦାବିପତ୍ର ଦେଲେ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୀର୍ଘ ଦୁଇ ଦଶନ୍ଧି ଧରି ବେଦାନ୍ତ ଲିମିଟେଡ଼ ଶିଳ୍ପ ପ୍ରତିଷ୍ଠା କରି କାର୍ଯ୍ୟାକରୁଛି। ଧୀରେ ଧୀରେ ଉକ୍ତ କୋମ୍ପାନି ତାର କାୟା ବିସ୍ତାର କରି ଉତ୍ପାଦନ କ୍ଷମତା ବୃଦ୍ଧି କରି ଆସୁଛି। କିନ୍ତୁ ପରିତାପର ବିଷୟ ଏହି କୋମ୍ପାନୀ ଅଞ୍ଚଳର ସମସ୍ୟା ଏବଂ ଠିକା କାର୍ଯ୍ୟ ଏବଂ ରୋଜଗାର ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।ଯଦିଓ କୋମ୍ପାନି ଓଡିଶାର ଏହି ଦୈତ୍ୟ ଅନଗ୍ରସର ଜିଲ୍ଲାରେ ଅବସ୍ଥିତ ଏହାର ଉନ୍ନତି ପ୍ରତି ସମ୍ପୂର୍ଣ ଚକ୍ଷୁ ମୁଦ୍ରିତ କରିଦେଇଛି। ଓଡିଶାର ଅସ୍ମିତା କଥା ଭୁଲି ଯାଇ ବାହାର ରାଜ୍ୟର କମ୍ପାନିକୁ ଠିକା ଏବଂ ନିଯୁକ୍ତି ଦେଇ କାୟାବିସ୍ତାର କରିଛି।ଆମ ଅଞ୍ଚଳର ଲୋକେ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।ପରିବେଶ କଥା ନ କହିବ ଭଲ।ଅଞ୍ଚଳରେ ଧୁଳି ଏବଂ ଜଳରେ ଏସିଡ ମିଶିବା ଦ୍ବାରା ପ୍ରଦୂଷଣ ପାଇଁ ଘୋର ବିପରି ସୃଷ୍ଟି ହୋଇଛି।ଏହି ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୫ ଗୋଟି ଦାବି ରଖିଛନ୍ତି ଲାଞ୍ଜିଗଡ଼ ଅଞ୍ଚଳବାସୀ। ଲାଞ୍ଜିଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ବକେୟା କାର୍ଯ୍ୟ ସବୁ ତୁରନ୍ତ କରିବା। ବେଦାନ୍ତ କମ୍ପାନିରେ ନିୟୋଜିତ ସମସ୍ତ ଜାନବାହନ ପାଇଁ ଅଞ୍ଚଳବାସୀଙ୍କୁ ଅଗ୍ରାଧିକାର ଦେବା। ବେଦାନ୍ତ କମ୍ପାନି ତରଫରୁ କରାଯାଉଥିବା ପାରିପାର୍ସିକ ଉନ୍ନୟନମୂଳକ କାର୍ଯ୍ୟ ଦୀର୍ଘ ବର୍ଷ ହେଲା ସଂପୂର୍ଣ୍ଣ ଭାବେ ପଥହରା ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମକୁ ତୁରନ୍ତ କାର୍ଯ୍ୟ କରିବା। ଅଞ୍ଚଳବାସୀଙ୍କୁ କୌଣସି ଠିକା କାମରେ ଅଗ୍ରାଧିକାର ଦେବା। ଓଡିଶା ବାହାରୁ ଆସିଥିବା ଠିକାଦାରଙ୍କୁ ଅପସାରଣ କରିବା। ବେଦାନ୍ତ କମ୍ପାନି ତରଫରୁ କରାଯାଉଥିବା ଜନସମ୍ପର୍କ କାର୍ଯ୍ୟକ୍ରମ ପୁଣି ଆରମ୍ଭ କରିବା।ବସନ୍ତପଢା, ବୁନ୍ଦେଲ, ସିନ୍ଧିବାହାଳି, କପାଗୁଡା, ଡେଙ୍ଗସର୍ଗୀ, କଂସାରି, ଏହି ଗାଁ ଗୁଡିକ ପ୍ରଦୂଷଣ ହେତୁ ଆଗାମୀ ଦିନରେ ମହାମାରୀର ରୂପ ନେବ ତେଣୁ ଏଗାଁ ଗୁଡିକ ତୁରନ୍ତ ବିସ୍ଥାପିତ କରିବା। ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ସମସ୍ତ ଗ୍ରାମ ପଞ୍ଚାୟତକୁ ପେରି ଫେରି ଅନସ୍ଥ କାର୍ଯ୍ୟକଳାପରେ ସାମିଲ କରିବା।ମୁନିଗୁଡା ଓ ବିଷମକଟକ ବ୍ଳକ ପେରି ଫେରି କାର୍ଯ୍ୟକଳାପରେ ସାମିଲ କରିବା। ବେଦାନ୍ତ ଦଙ୍ଗାରେ ଯେଉଁମାନଙ୍କ ନାମରେ ମିଥ୍ୟା ମକଦମା କରି ଚାକିରିରୁ ବହିସ୍କାର କରା ଯାଇଥିଲା ସେମାନଙ୍କୁ ଚାକିରି ଦେବା। ବେଦାନ୍ତରେ ଆଦିବାସୀ ଯୁବକ,ଯୁବତୀ ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦେବା। ଲାଞ୍ଜିଗଡ଼ ଅଞ୍ଚଳର ପ୍ରତ୍ୟକ ଚାଷିମାନଙ୍କୁ ଟେକ୍ନୋଲଜି ମାଧ୍ୟମରେ ଚାଷ ଉପକରଣ ଦେବା।ବେଦାନ୍ତ କମ୍ପାନି ତରଫରୁ ମାଲ୍ ପରିବହନ ପାଇଁ କନଭେୟର ବେଲ୍ଟ ମାଲ୍ ସ୍ଥାନାନ୍ତର ପାଇଁ ଯେଉଁ ନିଷ୍ପତି ନିଆଯାଇଛି ତାର ପ୍ରଭାବରେ ପ୍ରାୟ ୨ ହଜାର ଶ୍ରମିକ ଛଟେଇ ହେବାର ଆଶଙ୍କା ରହିଛି। ଏଣୁ ଉକ୍ତ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ। ଲାଞ୍ଜିଗଡ଼ର ଛତ୍ରପୁର ଛକ ଠାରେ ଡିଗ୍ରୀ କଲେଜ ସିଳାନ୍ୟାସର ଆଜକୁ ୧୫ ବର୍ଷ ହେବ ମହାବିଦ୍ୟାଳୟ ତିଆରି ହୋଇ ପରିଲାନାହିଁ ତାହାକୁ ସିଘ୍ର ଆରମ୍ଭ କରାଯାଉ। ଏଣୁ ଆମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଆବଶ୍ୟକତା ହେତୁ ମହାବିଦ୍ୟାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା। ବେଦାନ୍ତର ରେଡ଼ମଡ଼ ପଣ୍ଡ ଓ ଆସ୍ ପଣ୍ଡ ଦୁଇଟି ପାୱାର ପ୍ଲାଣ୍ଟର ବିଷାକ୍ତ ଧୂଆଁ ଯୋଗୁଁ ପରିବେଶ ଦୂଷିତ ତଥା ଜନଜୀବନ ହାନୀ ହେଉଛି ବର୍ଭମାନ ବସନ୍ତପଡା ଗ୍ରାମର ନିରୀହ ଆଦିବାସୀ ଜନସାଧାରଣ ଲୋକଙ୍କୁ କିଛି ହାତ ଖର୍ଚ୍ଚ ପ୍ରତିମାସରେ ଦେଇ ତାଙ୍କ ଜୀବନ ଜୀବିକା ଉପରେ ଖେଳ ଖେଳା ଯାଉଛି। ଏଣୁ ଚୁରନ୍ତ ବସନ୍ତପଢା, ବୁଣ୍ଡେଲ, ସିନ୍ଧବାହଳି, ବେଲମ୍ବା, ଗ୍ରାମକୁ ବିସ୍ଥାପିତ କରିବା,ବର୍ତ୍ତମାନ ପରିବେଶ ଦୂଷିତ ଯୋଗୁଁ, ବସନ୍ତପଡା, ସିନ୍ଧିବାହାଳି, କଂସାରି, ବେଲମ୍ବ ,ବନ୍ଧଗୁଡା, ବାଚେଲିମ, ଛତ୍ରପୁର, କେନ୍ଦୁଗୁଡା, ଚନାଲିମା, ବୁଣ୍ଡେଲ, ଜଗନ୍ନାଥପୁର, କେନ୍ଦୁବୋର୍ଡି, ଲାଞ୍ଜିଗଡ଼, ବଳଭଦ୍ରପୁର, ଏଭଳି ଅନେକ ଗ୍ରାମର ଲୋକ ମାନେ ଚର୍ମରଗୋ, ଟିବି, ମ୍ୟାଲେରିଆ, ଆରୋଗ, କାଛୁ, କୁଣ୍ଡିଆ, ଭଳି ବିଭିନ୍ନ ରୋଗ ରେ ପୀଡିତ ହେଉଛନ୍ତି ଏହାର ତୁରନ୍ତ ସୁବ୍ୟବସ୍ତା କରିବା। ଲାଞ୍ଜିଗଡ଼ ଅଞ୍ଚଳର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ଚାକିରି ଏବଂ ଠିକା କାର୍ଯ୍ୟ କ୍ଷେତ୍ରରେ ଅଗ୍ରାଧିକାର ଭିତିରେ ବେଦାନ୍ତ ପ୍ରକଳ୍ପ ଠାରେ ସ୍ଥାୟୀ ଏବଂ ଅସ୍ଥାୟୀ ନିଯୁକ୍ତି ଦେବା। ଲାଞ୍ଜିଗଡ଼ ଅଞ୍ଚଳର ପାନୀୟ ଜଳ, ରାସ୍ତା ଘାଟ, ଗ୍ରାମ ଗୁଡ଼ିକରେ ଆଲୋକିକରଣ କରିବା ଭଳି ବିଭିନ୍ନ ଦାବି କରିଛନ୍ତି ଲାଞ୍ଜିଗଡ଼ ଅଞ୍ଚଳବାସୀ। ଏନେଇ ୩ ଦିନ ଭିତରେ ଯଦି କୌଣସି ସନ୍ତୋଷ ଜନକ ପ୍ରତିଶ୍ରୁତି ନମିଳେ ତାହେଲେ ଅନ୍ଦୋଲନକୁ ଚୀବ୍ରତିର ସହ ଅସହୋଯୋଗ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତ ଅଞ୍ଚଳବାସୀ।ଏନେଇ ଜିଲ୍ଲାପାଳ କଳାହାଣ୍ଡି, ଆରଡିସି ବ୍ରହ୍ମପୁର, ରାଜସ୍ୱ ମନ୍ତ୍ରୀ, ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ, ମାନବ ସମ୍ବଳ କମିଶନର, ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଜଣାଇଥିବା ପ୍ରକାଶ କରିଛନ୍ତି। ଆଜି ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଲାଞ୍ଜିଗଡ଼ ରାଜା ସୁରେନ୍ଦ୍ର ପ୍ରତାପ ସିଂ ଦେଓ, ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ସୁରେଶ ଅଗ୍ରୱାଲ, ବିନୋଦ ଗଉଡ଼, ସୁବାସ ଚନ୍ଦ୍ର ଅଗ୍ରୱାଲ, ସମିତି ସଭ୍ୟ ପ୍ରଦୀପ ମାଝୀ, ତ୍ରିନାଥ ମହାଖୁଡ, ଗଙ୍ଗାଧର ମହାଖୁଡ, ଲଷ୍ମୀ ଚଣ୍ଡୀ, କାମରାଜ ଦଲବେହେରା, ପରମାନନ୍ଦ ନାଏକ, ଚନ୍ଦ୍ର ବେହେରା, ସୁନିଲ ଅଗ୍ରୱାଲ, ବଟକୃଷ୍ଣ ପୃଷ୍ଠି, ଧାନ ମାଝୀ ନବୀନ ପାତ୍ର, ହେମନ୍ତ ନାଏକ, ହରିକୃଷ୍ଣ ତାଣ୍ଡି ପ୍ରମୁଖ ଉପସ୍ଥିତରେ ବେଦାନ୍ତ କମ୍ପାନୀଙ୍କୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.