କେଶପଦରଠାରେ ୭୫ ତମ ବନ ମହୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନାଞ୍ଚଳ ବିଶ୍ଵନାଥପୁର ରେଞ୍ଜ ଅନ୍ତର୍ଗତ ବିଶ୍ଵନାଥପୁର ସେକ୍ସନ ଢେପଗୁଡ଼ା ବିଟ୍ ସ୍ଥିତ କେଶପଦର ଠାରେ ୭୫ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୋଖରୀବନ୍ଧ ନାଏବ ସରପଞ୍ଚ ପବିତ୍ର ବିଭାର, ସମାଜସେବୀ ହରିଶଙ୍କର ପାତ୍ର,ଏଜେଏୟୁ ଟିମ୍ ଲିଡର ନିରାକାର ଦାସ,ଫରେଷ୍ଟର ଗାର୍ଡ ଜାହ୍ନବୀ ମୁଣ୍ଡା,ଫରେଷ୍ଟର ସୁନୀଲ ଦୁର୍ଗାଙ୍କ ସମେତ ବନାଞ୍ଚଳ ଅଧିନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଯୋଧନ ଗଉଡ, ଶରତ ଦୋରା, ହରି ସାହୁ, ସୋମନାଥ ମାଝୀ, ଧନେଶ୍ଵର ଗଉଡ, ଅରୁଣ ଚନ୍ଦ୍ର ମାଝୀ ଓ ଗ୍ରାମବାସୀ ସହଯୋଗ କରିଥିଲେ। ଏଥିରେ ଅତିଥି ମାନେ କହିଥିଲେ ଯେ ଗଛଟିଏ ଜୀବନଟିଏ, ଗଛ ନିଜେ ବଞ୍ଚନ୍ ଅନ୍ୟକୁ ବଞ୍ଚାଏ। ଜୀବ ଜଗତ ବଞ୍ଚତ୍ ରହିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଲଜାନ ଗ୍ୟାସ ଗଛ ହିଁ ଦେଇଥାଏ। ଗଛକୁ ଆବଶ୍ୟକ ପଡୁଥିବା ୧୭ ପ୍ରକାର ଖାଦ୍ୟ ମଧ୍ୟରୁ ୩ ପ୍ରକାର ଖାଦ୍ୟ ଗଛ ନିଜେ ବାୟୁମଣ୍ଡଳରୁ ସଂଗ୍ରହ କରୁଥିବା ବେଳେ ୧୪ ପ୍ରକାର ଖାଦ୍ୟ ମାଟିରୁ ସଂଗ୍ରହ କରିଥାଏ। ଏହି ୧୪ ପ୍ରକାର ଖାଦ୍ୟକୁ ନିଜେ ଖାଇ ପ୍ରାଣୀ ଜଗତକୁ ଶାଗ, ଫୁଲ, ଫଳ ଓ କନ୍ଦା ଅକାରରେ ପ୍ରଦାନ କରିଥାଏ। ତେଣୁ ଗଛ ଲଗାନ୍ତୂ ନ୍ତୁ ଓ ଜୀବନ ବଚାନ୍ତୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.