ଓଏସ୍ଇଏଫଡ଼ି ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ଓ ଆଇନ ମନ୍ତ୍ରୀ ଏବଂ ବଡ଼ମ୍ବା ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଚ଼େତନା ସ୍ବତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ (ଓଏସ୍ଇଏଫଡ଼ି) ଓ ଚ଼େତନା ଆଲୁମିନି ଆସୋସିଏସନ୍ ପକ୍ଷରୁ ଚ଼େତନା ଆଲୁମିନି ଆସୋସିଏସନ୍ ର ସଭାପତି ତଥା ଓଏସ୍ଇଏଫଡ଼ି ସଂଘର ଯୁଗ୍ମ ସମ୍ପାଦକ  ଆୟୁଷ୍ମାନ ଚୋୖଧୁରୀଙ୍କ ସଭାପତିତ୍ବରେ ସ୍ବାମୀ ବିବେକାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓ ବଡ଼ମ୍ବା ବିଧାୟକ  ବିଜୟ କୁମାର ଦଳବେହେରା, ଜୁଏଲ୍ ଇଣ୍ଟରନ୍ୟାସନାଲର ସାଧାରଣ ସମ୍ପାଦକ ତଥା ଚ଼େତନା ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ପ୍ରଫେସର ନାରାୟଣ ଚ଼ନ୍ଦ୍ର ପତି, ଉପଦେଷ୍ଠା ଡ଼ଃ ଶ୍ରୀମତୀ ବିଜୟା ପତି, ଚ଼େତନା ସ୍ବତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର ଯୋଗ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏବଂ ସଂଘ ପକ୍ଷରୁ ମାନ୍ୟବର ମନ୍ତ୍ରୀ ଓ ବିଧାୟକଙ୍କୁ ଉଚ୍ଚ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସମସ୍ତ ଅତିଥି ମାନେ ନିଜର ଅଭିଭାଷଣ ରଖିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଓଡ଼ିଶାରେ ୬୪୦୦୦ରୁ ଅଧିକ ସାଧାରଣ ବିଦ୍ୟାଳୟ ଅଛି ଏବଂ‌ ପ୍ରାୟ ୧ ଲକ୍ଷ ୫୦ ହଜାର ବିଶେଷ ଅବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ ଅଭାବ ରହିଛି ଏବଂ ଆଜି ଯାଏଁ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ।ଏହି ନିଯୁକ୍ତି ପାଇଁ ପି.ଡବ୍ଲୁ.ଡ଼ି ଆକ୍ଟ ୧୯୯୫, ଆର.ପି.ଡବ୍ଲୁ.ଡ଼ି ଆକ୍ଟ ୨୦୧୬ ଏବଂ ଆର.ଟି.ଇ ଆକ୍ଟ ୨୦୦୯ ରହିଛି ତତସହିତ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖ ଡବ୍ଲୁ.ପି (ସି) ୧୩୨ ଅଫ୍ ୨୦୧୬ ରହିଛି।ଆମ ସଂଘ ପକ୍ଷରୁ ପୂର୍ବ ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସହ ରାଜରାସ୍ତାରେ ଅହୋରାତ୍ର ଧାରଣା ଦେଇଥିଲେ ମଧ୍ୟ ତାହା ସୁଫଳ ମିଳିନଥିଲା। ବର୍ତ୍ତମାନ ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ମାନ୍ୟବର ଆଇନ ମନ୍ତ୍ରୀ‌ ଓ ବଡ଼ମ୍ବା ବିଧାୟକଙ୍କୁ ଅନୁରୋଧ କରାଯାଇଥିଲା। ମନ୍ତ୍ରୀ ଓ ବିଧାୟକ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.