ଯୁବ ରେଡକ୍ରସ ଶାଖା ପକ୍ଷରୁ ବନ ମହୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାସ୍ଥିତ ଭାରତୀୟ ବିଦ୍ୟାଶ୍ରୀ ନିକେତନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଯୁବ ରେଡକ୍ରସ ଶାଖା ପକ୍ଷରୁ ବନ ମହୋତ୍ସବ ପାଳିତ ହେଇଯାଇଛି। ଅଧ୍ୟକ୍ଷ ସୁରେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ମୁଖ୍ଯ ଅତିଥି ଭାବେ ବେହେରା ବନପାଳ ସୀମା କୁମାରୀ ଧଙ୍ଗଡାମାଝୀ ଯୋଗଦେଇ ଗଛ ଲଗାଇବା ଓ ଯତ୍ନ କିପରି ନିଆଯିବ ସେ ବିଷୟରେ ବୁଝାଇଥିଲେ। ମୁଖ୍ଯବକ୍ତା ଭାବେ ଆମ ଜଙ୍ଗଲ ଯୋଜନା ଅଧିକାରୀ ଦୁର୍ଗା ପ୍ରସାଦ ମିଶ୍ର ଯୋଗଦେଇଥିବା ବେଳେ ଡିଓ ରାହୁଲ ସେଠୀ ଓ ଯୁବକବି ରଜତ ବଂଶଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ କଲେଜ ପରିସରରେ ଛାତ୍ରଛାତ୍ରୀ ଓ ଅତିଥିଙ୍କ ଦ୍ବାରା ଶତାଧିକ ବୃକ୍ଷରୋପଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷାବିଭାଗ ଅଧ୍ୟାପିକା ସୁମନ ସିନ୍ଦୁର ପରିଚାଳନା କରିଥିବା ବେଳେ ଜୀବ ବିଜ୍ଞାନ ଅଧ୍ୟାପକ ଭାଗ୍ଯବାନ ଦାଶ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରେଡକ୍ରସ ସ୍ବେଚ୍ଛାସେବୀ, ବନରକ୍ଷକ ନମିତା ବାଗ, କେଶବ ସାହୁ, ବିଭୁତି ନାଏକ, ପାରା ବନ ଅଧିକାରୀ କ୍ଷତ୍ରିୟ ନାଏକଙ୍କ ସହିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ଯାପିକା, କର୍ମଚାରୀ ପ୍ରମୂଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.