ସମ୍ବଲପୁର-ମୁଖିଗୁଡା ବସରେ ମହିଳାଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ମୁଖିଗୁଡାରୁ ସମ୍ବଲପୁରକୁ ଚାଲୁଥିବା ସରକାରୀ ବସରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୃତ ମହିଳାଙ୍କ ନାମ ହେମାଙ୍ଗିନି ରାଉତ (୬୫) ବୋଲି ଜଣାପଡିଥିବା ବେଳେ ତାଙ୍କର ସମ୍ବଲପୁରରୁ ଜୟପାଟଣାକୁ ଟିକଟ ରହିଥିଲା। କଣ୍ଡକ୍ଟରଙ୍କ କହିବା ଅନୁଯାୟୀ ରାତ୍ରିରେ ବସରେ ଆସୁଥିବା ବେଳେ ଏହି ମହିଳା ଜଣକ ମୋଟେର ପର୍ଯ୍ୟନ୍ତ ଭଲ ଥିଲେ ପରେ ବାଟରେ ସେ କଥା ହୋଇ ନ ଥିବା ନେଇ କଣ୍ଡକ୍ଟର ଟିକଟରେ ଥିବା ନମ୍ବର କୁ ଯୋଗାଯୋଗ କରିଥିଲେ, ହେଲେ କେହି ଫୋନ୍ ରିସିଭ କରି ନଥିଲେ। ଶେଷରେ କଣ୍ଡକ୍ଟର ଉକ୍ତ ମହିଳାଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଛନ୍ତି। ପ୍ରାଥମିକ ସୁଚନା ଅନୁଯାୟୀ ଉକ୍ତ ମହିଳା ବିଭିନ୍ନ ସମୟରେ ଏକାକୀ ବୁର୍ଲା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିଲେ ବୋଲି ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.