ପ୍ରଶାସନର ଦୃଷ୍ଟି ଆଢୁଆଳରେ ଛୋଟ ଗାଁ କେର୍ଣ୍ଣାପଲା

ବିଦ୍ୟାଳୟ ଉଠିଗଲା, ଗାଁରେ ନାହିଁ ଅଙ୍ଗନୱାଡି କେନ୍ଦ୍ର, କାଦୁଅ ପଚ୍ ପଚ୍ ଗ୍ରାମ୍ୟ ରାସ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ବୋରପଦର ପଂଚାୟତର ଏକ ଛୋଟ ଗାଁ ଟିଏ କେର୍ଣ୍ଣାପଲା। ଏଇ ଗାଁରେ ୩୫ଟି ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ହେଉଛି ୧୦୫। ସ୍ୱାଧୀନତାର ଏତେ ବର୍ଷ ପରେ ବି ଗାଁରେ ପକ୍କା ରାସ୍ତା ଟିଏ ନାହିଁ। ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କମ ଛାତ୍ର ଛାତ୍ରୀ ଥିବା ଦର୍ଶାଇ ଗତ ୨୦୨୦ ମସିହାରେ ଉଠାଇ ଦିଆଗଲା। ଗାଁର ୧୩ ଜଣ ଛାତ୍ରଛାତ୍ରୀ ୨ କି.ମି ଦୂରରେ ଥିବା ମ.ରାମପୁର ବ୍ଲକର ଟୁର୍ଚ୍ଚି ଗାଁର ବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଯାଉଛନ୍ତି। ଏହି ଗାଁରେ ଅଙ୍ଗନୱାଡି କେନ୍ଦ୍ର ଟିଏ ମଧ୍ୟ ନାହିଁ। ଅଂଚଳର କେର୍ଣ୍ଣାପଲା, ବତିକୁପା ଓ ପୋଡଗୁଡିପଦର ଏଇ ତିନିଟି ଗାଁକୁ ନେଇ ବତିକୁପାରେ ଏକମାତ୍ର ଅଙ୍ଗନୱାଡି କେନ୍ଦ୍ର ରହିଛି।

Omkar Vasthu
Omkar Vasthu

ଉପଯୁକ୍ତ ଗମନାଗମନର ବ୍ୟବସ୍ଥା ଅଭାବରୁ କେର୍ଣ୍ଣାପଲା ଲୋକେ ବତୀକୁପାକୁ ଆସିବାକୁ ହେଲେ ମ.ରାମପୁର ବ୍ଲକ ଅଧିନ ଗାଁ ଗୁଡିକୁ ଅତିକ୍ରମ କରି ପ୍ରାୟ ୧୨ କି.ମି ଦୂର ପଥ ଦେଇ ଆସିଥାଆନ୍ତି। ଏଇ ଗାଁର ଲୋକେ ପଂଚାୟତ ସଦରକୁ ଆସିବାକୁ ହେଲେ ପ୍ରାୟ ୧୦ କି.ମି ପଥ ଅତିକ୍ରମ କରିବାକୁ ପଡିଥାଏ। ରାସ୍ତାର ଦୁରାବସ୍ଥା ହେତୁ ଲୋକେ ଯାତାୟତରେ ସର୍ବଦା ଅସୁବିଧାର ଶିକାର ହେଉଛନ୍ତି। ଗାଁରେ ଅଙ୍ଗନୱାଡି କେନ୍ଦ୍ର ନ ଥିବା ହେତୁ ଗର୍ଭବତୀ ମହିଳା, ଶିଶୁ, କିଶୋରୀ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ବତୀକୁପା ଉପରେ ନିର୍ଭର କରିବାକୁ ପଡୁଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତେବେ ଏ ସଂପର୍କରେ ବିଭାଗୀୟ ସୁପରଭାଇଜର କୁସୁମ ମଂଜରୀ ପଣ୍ଡାଙ୍କୁ ପଚାରିବାରୁ ଆବଶ୍ୟକ ଜନସଂଖ୍ୟା ନ ଥିବାରୁ ଏଠାରେ କେନ୍ଦ୍ର ଖୋଲାଯାଇନାହିଁ କିନ୍ତୁ ଗ୍ରାମର ହିତାଧିକାରୀଙ୍କୁ ଆବଶ୍ୟକ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି। ସେଇପରି ବିଦ୍ୟାଳୟ ରହିବା ଉପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାମଚନ୍ଦ୍ର ସାଙ୍କୁ ପଚାରିବାରୁ ଏଠାରେ ପୁଣିଥରେ ବିଦ୍ୟାଳୟ ଖୋଲିବା ପାଇଁ ପ୍ରଶାସନକୁ ଜଣାଇଛୁ ବୋଲି କହିଥିଲେ। ତେବେ ଏହି ଗାଁରେ ରାସ୍ତା ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ, ବିଦ୍ୟାଳୟ ପୁନଃ ଖୋଲିବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.