ତିଥି ଭୋଜନ ଓ ଗୋଷ୍ଠୀ ସଂଚଳନା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଧର୍ମଗଡ଼ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ କ୍ଲଷ୍ଟର ଅନ୍ତର୍ଗତ ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନର ସପ୍ତମ ଦିବସରେ ଗୋଷ୍ଠୀ ସଂଚାଳନ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ପ୍ରଧାନ ଶିକ୍ଷକ ଚକ୍ରଧର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦିବସରେ ସମ୍ମାନିତ ଅତିଥି ଭାବେ ସି ଆର ସି ସି ଟିକେଶ୍ୱର ନାଏକ, ପୁରାତନ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ନାରାୟଣ ବେହେରା, ଦେବରାଜ ଧଙ୍ଗଡ଼ା ମାଝୀ, ବିରଞ୍ଚି ନାରାୟଣ ନାୟକ, ସମାଜସେବୀ କ୍ଷୀରସିନ୍ଧୁ ନାଏକ ପୁରାତନ ଛାତ୍ର ସଂଘ ସଭ୍ୟ ମଧୁସୂଦନ ନାଏକ ଓ ବରିଷ୍ଠ ଶିକ୍ଷକ ସୁନୀଲ କୁମାର ମୁଣ୍ଡ ମଞ୍ଚାସିନ ଥିଲେ।

Omkar Vasthu
Omkar Vasthu

ସଭା ମାଧ୍ୟମରେ ପାଳିତ ହୋଇ ଯାଇଥିବା ଶିକ୍ଷା ଦିବସ ସମ୍ପର୍କରେ ଅନୁଭୂତି ବର୍ଣନା ସହ ତିଥି ଭୋଜନ ଓ ସ୍ବେଛାସେବୀ ମାନଙ୍କୁ ବିଦ୍ୟାଞ୍ଜଳି ପୋର୍ଟାଲ ମାଧ୍ୟମରେ ବିଦ୍ୟାଳୟରେ ସମ୍ପୃକ୍ତ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚିଲିଚିଲା ବିଦ୍ୟାଳୟର ୧୨୦ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଓ ୨୦ ଜଣ ଗୋଷ୍ଠୀ ସଦସ୍ୟଙ୍କୁ ଦୁଇଜଣ ବଦାନ୍ୟ ବ୍ୟକ୍ତି ନାରାୟଣ ବେହେରା ଓ ଶ୍ରୀ କ୍ଷୀରସିନ୍ଧୁ ନାଏକ ସିଭିଲ ସୋସାଇଟି ତରଫରୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିଥିଲେ। ଏହା ସହିତ ବିଦ୍ୟାଞ୍ଜଳି ପୋର୍ଟାଲ ମାଧ୍ୟମରେ ଶ୍ରୀ କ୍ଷୀରସିନ୍ଧୁ ନାଏକ ଓ ମଧୁସୂଦନ ନାଏକ ସ୍ବେଛାସେବୀ ହେବା ପାଇଁ ପଞ୍ଜିକରଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.