ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଡୁଙ୍ଗୁରିପାଲି ପଞ୍ଚାୟତରେ ଥିବା ସମବାୟ ସମିତିକୁ ସୋମବାର ସଇଁତଲା ବ୍ଲକ ବିଜେପି ଟିମ ପରିଦର୍ଶନ କରିବା ସହ ଧାନ ବିକ୍ରି ପରିଚୟ କାର୍ଡ ଓ ବିଭିନ୍ନ ସମସ୍ୟା ନେଇ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି।
ବିଜେପି ନେତା ସର୍ବେଶ୍ୱର ମହାପାତ୍ରଙ୍କ ନେତୃତ୍ୱରେ ଡୁଙ୍ଗୁରିପାଲି ପେକ୍ସକୁ ଯାଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ଏହି ଟିମ। ସମବାୟ ସମିତି ସମ୍ପାଦକଙ୍କ ସହ ଧାନ ବିକ୍ରି ପାଇଁ ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରାଯାଉଛି କି ନାହିଁ ବୋଲି ପଚାରି ବୁଝିଥିଲେ। ଏହି ସମୟରେ ସମ୍ପାଦକ ଗଣେଶ ଭୋଇ, ପେକ୍ସ ସଭାପତି ଲକ୍ଷେଶ୍ଵର ସାହୁ, ବିଜେପି ନେତା ପ୍ରକାଶ ସାହୁ, ପ୍ରେମାନନ୍ଦ ସ୍ୱାଇଁ, ଗୋବର୍ଦ୍ଧନ ତ୍ରିପାଠୀ, ତ୍ରିଲକ୍ଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।