ବିକ୍ରି  ହୋଇନପାରି ମଣ୍ଡିରେ ପଡିରହିଛି ହଜାର ହଜାର କ୍ୟୁଣ୍ଟଲ ଧାନ

ନୂଆପଡା,୧୧/୭ : ସଦର ବ୍ଲକ ବେଲଟୁକୁରି ଠାରୁ ଏକ ଚାଷୀ ବଞ୍ଚାଅ ପଦଯାତ୍ରା  ଆରମ୍ଭ ହୋଇ ଯାଇଛି । ଏହି ପଦଯାତ୍ରା ରେ ରବୀନ୍ଦ୍ର ମଙ୍ଗରାଜ, ଯଦୁମଣି ପାଣିଗ୍ରାହୀ,ଚତୁର୍ଭୁଜ ଶର୍ମା, ପ୍ରେମଲାଲ ନାୟକ, ଆଭାସ ପାଢ଼ୀ, ଅମର ଚନ୍ଦ୍ରକାର, ପ୍ରେମ ତାଣ୍ଡି, ସନି ସାହୁ, ଲୋକଚନ୍ଦ ଚନ୍ଦ୍ରକାର, ସୁନ୍ଦର ଚିନଦା, ବାଲେଶ୍ୱର ସାହୁ, ଜଗତ ବାଗ, ଫାଲ୍ଗୁନୀ ରଣା, ଟୁନା କୁଲଦୀପ, ଅଜୟ ମାଝୀ, ସନ୍ତୋଷ ବିଭାର, କେଶର ଚନ୍ଦ୍ରକାର, ସୁନୀଲ ଦୀପ ପ୍ରମୁଖ ଉପସ୍ଥିତ ରହି ଚାଷୀ ଙ୍କ ଧାନ ମଣ୍ଡି ରୁ ପ୍ରଶାସନ ଉଠାଇ ନେଉ ବୋଲି ରାସ୍ତା କୁ ଉଲ୍ଲାଇ ପଦ ଯାତ୍ରା କରିଥିଲେ ।

ସୂଚନା ରୁ ପ୍ରକାଶ ଯେ ଏହି ପଦଯାତ୍ରା ବେଲଟୁକୁରି ରୁ ବାହାରି ଖରିଆର ଦେଇ ନୂଆପଡା ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ପରିବର୍ତ୍ତନ ହେବ । ଜିଲ୍ଲା ର ହଜାର ହଜାର ଚାଷୀ ଏହି ଧାରଣା ରେ ଯୋଗ ଦେବେ ବୋଲି ଆବାହକ ଶ୍ରୀ ରବୀନ୍ଦ୍ର ମଙ୍ଗରାଜ ଏବଂ ଯଦୁମଣି ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ତେବେ ପ୍ରକାଶ ଯେ ଚଳିତ ବର୍ଷ ରବି ଫସଲ ରେ ଜିଲ୍ଲା କୁ ଯେତେ ପରିମାଣ ରେ ଧାନ ସଂଗ୍ରହ କରିବା ପାଇଁ ଟାର୍ଗେଟ ଦିଆ ଯାଇଥିଲା ତାହା ସମ୍ପୂର୍ଣ ହୋଇ ଗଲାଣି ଏବଂ ଉପରୁ ଟାର୍ଗେଟ ଆସିଲେ ପୁଣି ଠାରେ ଧାନ କିଣା ହୋଇ ପାରିବ ବୋଲି ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନ ଚାଷୀ ଙ୍କୁ ବୁଝାଇବାରେ ଲାଗି ଥିବା ବେଳେ ପଡୋଶୀ ରାଜ୍ୟ ଛତିଶଗଡ ରୁ ଓଡିଶା କୁ ଧାନ ଆସିଛି ।

ଏଠିକାର ମିଲ ମାନଙ୍କ ରେ ଛତିଶଗଡ ଧାନ ଅଛି ଯାହା ପାଇଁ ଏଠାକାର ଚାଷୀ ଙ୍କ ଧାନ ମିଲର କିଣୁ ନାହାନ୍ତି ଏବଂ ତାଙ୍କ ଧାନ ଗଜା ହୋଇ ବସିଛି । ଯାହାଫଳରେ ଏଠାକାର ଚାଷୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ଦାବୀ ଜଣାଇ ତାଙ୍କର ଧାନ ଜିଲ୍ଲ ପ୍ରଶାସନ ତୁରନ୍ତ ଧାନ ମଣ୍ଡି ରୁ ଉଠାଉ ବୋଲି ଏହି ପଦଯାତ୍ରା ମାଧ୍ୟମରେ ପ୍ରଶାସନ କୁ ଜଣାଉଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.