ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ଶିବମନ୍ଦିର ପ୍ରାଙ୍ଗଣରେ ବିଜେପି ପକ୍ଷରୁ ସଦସ୍ୟତା ସଂଗ୍ରହ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ଲକ୍ଷ୍ମୀଧର ସନ୍ତୋଷରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ ଯୋଗଦେଇ ବୁଥ୍ ପିଛା ଶହେ ଜଣ ନୂତନ ସଦସ୍ୟତା କରିବାକୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବିଜେପି ନେତା ଶୁକ୍ରୁ ମାଝୀ,ଅନନ୍ତ ପ୍ରଧାନୀ, ଭାଗିରଥି ଧଙ୍ଗଡାମାଝୀ,କୁନା ପାତ୍ର, ତୁଳସୀ ମାଝୀ, ନରେନ୍ଦ୍ର ବେହେରା ଜଳପାତ୍ର ପ୍ରମୁଖ ଉପସ୍ଥିତରହି ବିଜେପି କେନ୍ଦ୍ର ଏବଂ ରାଜ୍ୟରେ ଆସିବା ପରେ ଯେଉଁ ଯେଉଁ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଯୋଜନାକୁ ତୃଣମୂଳ ସ୍ତରରେ ସଚେତନତା କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ନିବେଦନ କରିଥିଲେ। ଆୟୋଜିତ ବୈଠକରେ ବିଶ୍ଵନାଥପୁର, ଚମ୍ପାଦେଇପୁର, ବନ୍ଦପାରୀ, କୁମଖାଲ, ବେଡାଗାଁ, ପୋଖରୀବନ୍ଦ, ଲାଞ୍ଜିଗଡ଼ରୋଡ଼, ଭୁର୍ଟିଗଡ଼, କମର୍ଦ୍ଧା, କଦମ୍ବଗୁଡ଼ା, ଗୋବର୍ଦ୍ଧନପୁର, ଗୁଣ୍ଡୁରୀ, ଭଟାଙ୍ଗପଦର ପଞ୍ଚାୟତରୁ ବିଜେପି କର୍ମୀ ତଥା ନୂତନ ସଦସ୍ୟତା ଗ୍ରହଣ ପାଇଁ ସଦସ୍ୟ ମାନେ ଯୋଗ ଦେଇଥିଲେ।