କାଞ୍ଜିଆହୁଦା ନିର୍ମାଣକେବେ ?
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଏବେ ବୁଲା ଗୋରୁଗାଇଙ୍କ କବଜାରେ ରହିଛି । ଏହା ଏବେ ସହର ବାସିଙ୍କ ପାଇଁ ଚିନ୍ତାର କାରଣ ବି ପାଲଟିଛି । ଦିନ ହେଉ ବା ରାତି ହେଉ ସୋନପୁର ପୌରାଂଚଳର କଲେଜ ରୋଡ, କଚରିଛଛକ, ବ୍ଲକଛକ, ଜୟଗୁରୁ ମାର୍କେଟ, ପଟାଭାଡିଛକ, କସ୍ତୁରୀଛକ ଗୁଡିକରେ ଓ ସମସ୍ତ ମୂଖ୍ୟ ରାସ୍ତାରେ ଗୋରୁଗାଇ ମାନଙ୍କର ଗହଳି ଲାଗିରହୁଛି । ଫଳରେ ଜନସାଧାରଣ ଯାନବାହାନ ଚଳାଚଳ ସମୟରେ ନାହିଁନଥିବା ଅସୁବିଧାର ସମ୍ମୂଖିନ ହେଉଛନ୍ତି । ଏଥସହ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୂଖିନ ମଧୟ ହେଉଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବାରମ୍ବାର ଗୁହାରୀ କଲେମଧ୍ୟ କୌଣସି ସୁଫଳ ମିଳୁନାହିଁ । ବୁଲା ଗୋରୁ ମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ସୁବର୍ଣ୍ଣପୁର ପୌରପରିଷଦ କୁ କାଞ୍ଜିଆହୁଦା ନିର୍ମାଣ ଯେତେ ସୁପାରିସ କଲେବି ତାହା ସୁଣିବାକୁ ନାରାଜ । ଫଳରେ ବୁଲା ଗୋରୁଗାଇ ମାନଙ୍କର ଉପଦ୍ରବ ଦିନକୁଦିନ ବୃଦ୍ଧି ପାଇବା ସହ ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ସୁବର୍ଣ୍ଣପୁର ପୌରପରିଷଦ କର୍ତ୍ତୃକ୍ଷ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।