ପଲସଦା ଗାଁରେ ନୂତନ ଗ୍ରାମ ପଞ୍ଚାୟତ କୋଠା ନିର୍ମାଣ ଦାବୀ ତେଜିଲା
ନୂଆପଡା/ବୋଡେ଼ନ,୧୯/୭ : ବୋଡେ଼ନ ବ୍ଲକର ପଲସଦା ଗ୍ରାମବାସୀ ଆଜି (ଶୁକ୍ରବାର) ସକାଳୁ ବୋଡେ଼ନ୍ – ଖରିଆର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଗ୍ରାମବାସୀଙ୍କ ଦାବୀ ହେଲା ପଲସଦା ଗାଁ ରେ ନୂତନ ପଞ୍ଚାୟତ କୋଠା ନିର୍ମାଣ । ପୂର୍ବ ସୂଚନାରୁ ପ୍ରକାଶଯେ, ପଞ୍ଚାୟତି ରାଜ ବିଭାଗ ର ଚିଠି ସଂଖ୍ୟା ୨୩୮୮ ତା ୨୮/୦୪/୨୦୧୭ ଅନୁସାରେ ପଲସଦା ଗାଁ ପାଇଁ ପଞ୍ଚାୟତ କୋଠା ନିର୍ମାଣ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସ୍ଥାୟୀ ବାସଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆସିଥିଲା ।
ଚିଠି ଅନୁଯାଇ ଉକ୍ତ ଜମିକୁ କେତେକ ସ୍ୱାର୍ଥପର ଲୋକ ଅଧିକାରୀଙ୍କ ସହ ମିଶି ଜମିକୁ ନିଜର ନାଁରେ କରି କୋଠା ନିର୍ମାଣ କୁ ବିରୋଧ କରୁଥିବାର ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏ ନେଇ ପଲସଦା ଗ୍ରାମ ବାସୀ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ନ ଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ ଜାରି ରଖିଥିବା ସୂଚନା ମିଳିଛି ।