କମ ଛାତ୍ର ଛାତ୍ରୀ ଥିବାରୁ ବନ୍ଦହେଲା କୁସୁମବରା ସ୍କୁଲ : ପିଲାଙ୍କ ଭବିଷ୍ୟତ ଚିନ୍ତାରେ ଅବିଭାବକ

ଜୁନାଗଡ଼,୨୫ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ କୁସୁମବରା ଗ୍ରାମରେ ୨୦୧୩ ମସିହାରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟରେ କମ ଛାତ୍ରଛାତ୍ରୀ ଥିବା ଯୋଗୁଁ ଏହାକୁ ବନ୍ଦ କରିଦିଆଯାଇଛି । ସ୍କୁଲ ବନ୍ଦ ହେବା ଫଳରେ ଏହି ଗ୍ରାମର ଛାତ୍ରଛାତ୍ରୀ ମାନେ  ପାଠର ଡୋରି ବାନ୍ଧିଛନ୍ତି । ସରକାରଙ୍କ ନିୟମ ଅନୁସାରେ ଯେଉଁ ବିଦ୍ୟାଳୟରେ ୧୦ରୁ କମ ଛାତ୍ରଛାତ୍ରୀ ଥିବ ସେହିସ୍କୁଲକୁ ବନ୍ଦ କରିବା ପାଇଁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ବ୍ଲକର ୪ଟି ସ୍କୁଲକୁ ବନ୍ଦ କରି ପାଖରେ ଥିବା ସ୍କୁଲରେ ସେହି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ଅନୁମତି ପ୍ରଦାନ କରାଗଲା ।  କୁସୁମବରା ନୂତନ ପ୍ରାଥମିକ ବିଦ୍ୟାଳୟରେ ୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିଥିଲେ । ଏହି ସ୍କୁଲକୁ ବନ୍ଦ କରି ୩ କିଲୋମିଟର ଦୂରରେ ଥିବା ସୁପେଲ ସ୍କୁଲରେ ମିଶାଇ ଦିଆଯାଇଛି । କୁସୁମବରା ଗ୍ରାମରୁ ସୁପେଲ ଗ୍ରାମକୁ ଯିବାକୁ ହେଲେ ୩ କିଲୋମିଟର ପାହାଡି ଅଞ୍ଚଳ ସହିତ ନାଳ ଅତିକ୍ରମ କରି ଯିବାକୁ ପଡିଥାଏ । ଏ ଅଞ୍ଚଳରେ ଭଲ ରାସ୍ତା ନ ଥିବା ବେଳେ ଜଙ୍ଗଲୀ ପାଦଚଲା ରାସ୍ତା ଉପରେ ଗ୍ରାମବାସୀ ନିର୍ଭର  କରିଥାନ୍ତି । ଏହି ଅଞ୍ଚଳ ମାଓ କରିଡ଼ର ଭିତରେ ଯାଉଥିବାରୁ ପାଦଚଲା ରାସ୍ତାରେ ରାତିରେ ଯିବା ଆସିବା କରୁନଥିବା ବେଳେ  ଦିନ ବେଳେ ଲୋକେ ଏକା ନ ଯାଇ  ସାଙ୍ଗସାଥି ହୋଇ ବାଟ ଚାଲିଥାନ୍ତି । ଅନ୍ୟ ପକ୍ଷରେ ଏଭଳି ବିପଦସଂକୁଳ ରାସ୍ତାରେ ପ୍ରଥମ ଦ୍ୱିତୀୟ ଶ୍ରେଣିର କୁନି କୁନି ଛାତ୍ରଛାତ୍ରୀ କିଭଳି ପାଠ ପଢିବା ପାଇଁ ଯିବା ଆସିବା କରିବେ ସେନେଇ ଅଭିଭାବକ ମାନେ ଚିନ୍ତାରେ ପଡିଯାଇଛନ୍ତି । କୁସୁମବରା ସ୍କୁଲ ବନ୍ଦ ହେବା ଦିନ ଠାରୁ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାବକ ମାନେ ଆଉ ୩ କିଲୋମିଟର ଦୂରରେ ଥିବା ସୁପେଲ ସ୍କୁଲକୁ ପାଠ ପଢାବା ପାଇଁ ଛାଡୁ ନାହାନ୍ତି । ଛାତ୍ରଛାତ୍ରୀ ମାନେ ସବୁ ଦିନ ପାଇଁ ପାଠପଢାରେ ଡୋରି ବାନ୍ଧିବା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାର ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । 

Omkar Vasthu
Omkar Vasthu

 

ଜୁନାଗଡ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.