ବଲାଙ୍ଗିର,୨୫/୭ : ବଲାଙ୍ଗିର ଗେଟସରବର ପଡ଼ାର ଶଙ୍କର ମହାନନ୍ଦ ଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ସବୁଦିନପାରି ଗତ କାଲି ମଧ୍ୟ ଶଙ୍କର ମହାନନ୍ଦ ନିଜ ସାଙ୍ଗ ମାନଙ୍କ ସହ ନିଶା ଦ୍ରବ୍ୟ ସେବନ ପାଇଁ ପାଖରେ ଥିବା ଭାଟିକୁ ଯାଇଥିଲେ। ଯାହା କିଛି ଘଣ୍ଟା ପରେ ଭାଟି ପାଖରେ ଥିବା ଅଳ୍ପ ପାଣିଥିବା ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ଖବର ମୃତକ ପରିବାର ଲୋକେ ପାଇଥିଲେ ଏବଂ ଶୀଘ୍ର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ପାଇଁ ମେଡିକାଲର ଶବାଗୃହକୁ ସ୍ଥାନାନ୍ତରିତ କରାଯାଇ ବଲାଙ୍ଗୀର ଟାଉନ ପୋଲିସକୁ ସୂଚନା ଦେଇଥିଲେ ମେଡିକୀଲ କତୃପକ୍ଷ। ଯାହାକୁ ନେଇ ଟାଉନ ପୋଲିସ ଶବଗୃହରେ ପହଞ୍ଚି ଶବ ର ନିରୀକ୍ଷଣ ପରେ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ଅନ୍ୟପଟେ ମୃତକ ର ଭାଇ ସଦାଶିବ ମହାନନ୍ଦ ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହା ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଦାବି ରଖିଛନ୍ତି । ଜଣେ ସ୍ୱଳ୍ପ ପାଣିରେ କେମିତି ବୁଡ଼ି ଜୀବନ ହାରିବ ଏବଂ ତାହା ପୁଣି ଅପରାହ୍ନ ୪ ଟା ସମୟରେ। ଲୋକଙ୍କ ଯାତାୟାତ ସବୁବେଳେ ଏହି ପୋଖରୀ ଦେଇ ଯିବା ଆସିବା ଲାଗି ରହୁଛି ବୋଲି କହିବା ସହ ଏହାର ତଦନ୍ତ ଶୀଘ୍ର କରିବାକୁ ବଲାଙ୍ଗୀର ଟାଉନ ପୋଲିସ କୁ ନିବେଦନ କରିଛନ୍ତି। ସେପଟେ ଶବ ବ୍ୟବଛେଦ ରିପୋର୍ଟ ଏବଂ ସାଙ୍ଗରେ ଯାଇଥିବା ବ୍ୟକ୍ତିଙ୍କ ଜେରା ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନା କୁ ଆସିବ ବୋଲି ସୁଚନା ଦେଇଛି ପୋଲିସ।