ବଲାଙ୍ଗିର ସାମ୍ବାଦିକ ସଙ୍ଘ ଓ ଅବସରପ୍ରାପ୍ତ ସୈନିକ ସଙ୍ଘ ଆନୁକୂଲ୍ୟରେ କାର୍ଗିଲ ବିଜୟ ଦିବସ ଓ ରକ୍ତଦାନ ଶିବିର

ବଲାଙ୍ଗିର,୨୬/୭ : କାର୍ଗିଲ ବିଜୟ ଦିବସରେ ସାରା ଦେଶ ସହିଦ ଯବାନଙ୍କୁ ସମ୍ମାନ ଜଣାଇଛି । ସହିଦଙ୍କ ବଳିଦାନକୁ ସ୍ମରଣ କରିଛି ଦେଶ । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ସାମ୍ବାଦିକ ସଂଘ ଓ ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ସହୀଦ ଜବାନ ମାନଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେବା ସହ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।

ଏଥିରେ ବହୁ ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଜନତା ମଧ୍ୟ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ଆଜିର ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅବସର ପ୍ରାପ୍ତ ସୈନିକ ସଂଘ ବଲାଙ୍ଗିରର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ଏଥିରେ ଯୋଗ ଦେଇଥିଲେ । ରକ୍ତଦାନ ପରି ମହତ କାର୍ଯ୍ୟ କରିଥିବାରୁ ରକ୍ତଦାତା ମାନଙ୍କୁ ବଲାଙ୍ଗିର ସାମ୍ବାଦିକ ଭବନରେ ପୁରସ୍କୃତ କରିଛନ୍ତି ସୈନିକ ସଂଘ ।

ସେହି କ୍ରମରେ ସାମ୍ବାଦିକ ଭବନ ଠାରେ ସାମ୍ବାଦିକ ସଂଘ ଓ ଅବସର ପ୍ରାପ୍ତ ସୈନିକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ୨୦ ତମ କାରଗିଲ ବିଜୟ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ସିଆରପିଏଫ କମାନଡେଣ୍ଟ ଯୋଗେନ୍ଦ୍ର ସିଂ ମୋରିଆ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ସୈନିକ ସଂଘର ସଂପାଦକ ପ୍ରତାପ ରଥ ମଞ୍ଚାସିନ ଥିଲେ ।

 

ଅତିଥି ମାନେ କାରଗିଲ ଯୁଦ୍ଧ ଉପରେ ସୃତି ଚାରଣ କରିବାସହ ଦେଶପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଅମର ଜବାନ ମାନଙ୍କ ପ୍ରତି ଗଭିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସୈନିକଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ ସେହି ଦିଗରେ ପ୍ରଶାସନର ସହଯୋଗ ର ଅଭାବ ଉପରେ ଆଲୋକପାତ କରିଥିଲେ ।

 

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.