ସରସ୍ଵତୀ ଶିଶୁ ମନ୍ଦିର କୁଶୁର୍ଲାରେ ବନ ମହୋତ୍ସବ

କଳାହାଣ୍ଡି,୨୮/୭ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସରସ୍ଵତୀ ଶିଶୁ ମନ୍ଦିର ସଭାପତି ତଥା କଶୃପଡା ମହାବିଦ୍ୟାଳୟ ର ଓଡିଆ ଅଧ୍ୟାପକ ଡଃ ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଶିଶୁ ମନ୍ଦିର ପରିଷରରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ କୃଷ୍ଣଚନ୍ଦ୍ର ପାତ୍ର, ପ୍ରଧାନ ଆଚାର୍ଯ୍ୟ କୈଳାସ ପ୍ରଧାନ, ପରିଚାଳନା ସମିତି ସଦସ୍ୟ ବସନ୍ତ ସାହୁ, ଦିଲିପ ସାହୁ ଓ ପ୍ରତାପ ସାହୁ ଯୋଗଦେଇ ବୃକ୍ଷ ରୋପଣର ଉପଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବଶରରେ ଅତିଥି, ଛାତ୍ରଛାତ୍ରୀ ଓ ଗୁରୁଜୀଗୁରୁମା ମାନଙ୍କ ଦ୍ବାରା ଅନେକ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା । ମନୋଜ କୁମାର ସାହୁ, ଚୁଡ଼ାମଣି ସାହୁ, ଗୀତାଞ୍ଜଳି ସାହୁ, ରଜନୀ କାନ୍ତ ଭୋଇ, ଗୈାରୀରାଣୀ ପଟ୍ଟନାୟକ, ଜ୍ୟୋସ୍ନା ରାଣୀ ମାଝୀ,କେଶବ ଭୋଇ,ସୁଧର୍ମି ସାହୁ ସରସ୍ଵତୀ ଶିଶୁ ମନ୍ଦିର କୁଶୁର୍ଲା ଆଚାର୍ଯ୍ୟ ଓ ଆଚାର୍ଯ୍ୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ  ।

 

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.