ଶୀତ ସମୀରଣ ସହାୟତା ସମାରୋହ

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶୀତ ସମୀରଣ ସହାୟତା ସମାରୋହ ବାଲ୍ମୀକି ନଗର, ସି.ଡ଼ି.ଏ କମ୍ୟୁନିଟି ହଲ ଠାରେ ୮୮ତମ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସ୍ଵାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ସେବା ସମ୍ମିଳିତ ସାହିତ୍ୟ ସଭା ସମୟର ଆହ୍ଵାନ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଅବସରରେ “ଶୀତ ସମୀରଣ” ଶୀର୍ଷକ କବିତା ପାଠ କରାଯାଇଥିଲା । ନିଜ ଭାବନାରେ ଜଗନ୍ନାଥ ଚେତନାକୁ ସମସ୍ତେ ବ୍ୟାଖ୍ୟା କରିଥିଲେ । ଶ୍ରୀ ଲଲାଟେନ୍ଦୁ ବଡୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାରତୀୟ ଜନତା ପାର୍ଟି, ସମାରୋହକୁ ଉଦ୍ ଘାଟନ କରି ବିକଶିତ ରାଷ୍ଟ୍ର ଗଠନ ପାଇଁ ସାଧାରଣ ଜନତାଙ୍କ ସାହାଯ୍ୟ ଏବଂ ସେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ସନ୍ୟାସୀ ଜୀ କୈବଲ୍ୟ ସାହିତ୍ୟ ସଂସଦର ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ବରେଣ୍ୟ ବକ୍ତା ଶ୍ରୀ ମାନସ ଚୈତନ୍ୟ ମହାରାଜ ଜଗନ୍ନାଥ ଚେତନା ଶ୍ରେଷ୍ଠ ଆଧ୍ୟାତ୍ମିକ ଜ୍ଞାନ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ କୁମାର ରାଜମନ୍ୟୁ, କବୟିତ୍ରୀ ଭଗବତୀ ଖଟୁଆ, ଅଧ୍ୟାପକ କିଶୋର ଚନ୍ଦ୍ର ଦାସ, ଶୁଭବ୍ରତ ମହାପାତ୍ର, ଅଧ୍ୟାପିକା ପ୍ରଣତୀ ରାଉତ, କବୟିତ୍ରୀ ଜ୍ୟୋତ୍ସ୍ନା ମୟୀ ପାଣୀ ଉପସ୍ଥିତ ହୋଇ ଶୀତଦିନର ବିଭିନ୍ନ ସେବା ସଂପର୍କରେ ବ୍ୟାଖ୍ୟା କରିଥିଲେ । ଡ଼କ୍ଟର ଉମେଶ ଚନ୍ଦ୍ର ଜେନା ସଭାପତିତ୍ବ କରିଥିଲେ । କଣ୍ଠଶିଳ୍ପୀ ଅଶୋକ କୁମାର ବେହେରା, ଗୋଲାପ ସାହୁ, ଛବିରାମ୍ ସେଠୀ, ଲୋକନାଥ ସେଠୀ ଭକ୍ତି ସଙ୍ଗୀତ ପରିବେଷଣ କରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଶତାଧିକ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ଏବଂ ସାଲ ବଣ୍ଟନ କରାଯାଇଥିଲା । ଶତାଧିକ ଯୁବ ସମାଜସେବୀ, ସାହିତ୍ୟିକ ଏବଂ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ କବି ଜୟଦେବ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.