୧୦ ଦିନରେ ବିଷମକଟକରେ ବିଏସପିର ୨ୟ ମିଶ୍ରଣ ପର୍ବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ବିଷମକଟକ ନିର୍ବାଚନ ମଣ୍ଡଳିରେ ବହୁଜନ ସମାଜ ପାର୍ଟୀ ତାର ସଂଘଠନ ଦିନକୁ ଦିନ ସୁଦୃଢ କରି ଚାଲିଛି I ଏହି ପରିପ୍ରେକ୍ଷୀରେ ଦଶ ଦିନ ମଧ୍ୟରେ ଏହି ଦଳ ଦ୍ଵିତୀୟ ଥର ପାଇଁ ବିଷମକଟକ ଠାରେ ତାର ମିଶ୍ରଣ ପର୍ବ ଆୟୋଜନ କରିଛି I ଯାହା ବିଷମକଟକ ରାଜନୀତିକୁ ସରଗରମ କରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି I ଆଜି ବିଷମକଟକ ସଦର କଲ୍ୟାଣ ମଣ୍ଡପ ଠାରେ ଏହି ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଥିଲା । ମିଶ୍ରଣ ପର୍ବରେ ବହୁଜନ ସମାଜ ପାର୍ଟୀ ରାଜ୍ୟ ସଭାପତି ସରୋଜ କୁମାର ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ନବାଗତଙ୍କୁ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ଚାଞ୍ଚଡାଗୁଡା ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ବିଷମକଟକ ବ୍ଲକର ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ପ୍ରତିନିଧି, ୱାର୍ଡ ସଭ୍ୟ ପ୍ରମୁଖ ବିଦ୍ଧିବଦ୍ଧ ଭାବେ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିଲେ I ଏଥି ସହିତ ବିଷମକଟକ ବ୍ଲକ ତଥା ମୁନିଗୁଡା, କଲ୍ୟାଣସିଂପୁର କୋଲନରା ବ୍ଲକର ବିଜେଡି, ବିଜେପି ଏବଂ କଂଗ୍ରେସର ଶତାଧିକ କର୍ମୀ ନିଜ ନିଜ ଦଳ ଛାଡି ବିଏସ୍‌ପିରେ ଯୋଗଦାନ କରିଛନ୍ତି । ମିଶ୍ରଣ ପର୍ବରେ ଯୋଗ ଦେଇଥିବା ସଦସ୍ୟ ମାନଙ୍କ ଦ୍ୱାରା ଦଳ ଆହୁରି ସୁଦୃଢ ହେବ ବୋଲି ରାଜ୍ୟ ସଭାପତି ପ୍ରକାଶ କରିଛନ୍ତି I ଏହି ମିଶ୍ରଣ ପର୍ବରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ଜାକକା, ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ଟାକ୍ରି, ଏସ୍‌.ଟି. ସେଲ୍ ର ଜିଲ୍ଲା ସଭାପତି ଶ୍ରୀପତି ଉର୍ଲାକା, ଜିଲ୍ଲା ପ୍ରଭାରୀ ରାମଦାଶ ଟାକ୍ରି, ଉପଦେଷ୍ଠା ବିଶିକେଶନ ଟାକ୍ରି, ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଲା ସାଧାରଣ ସମ୍ପାଦକ ରବିନ୍ଦ୍ର ଗରଡିଆ, ଶିବ ପ୍ରାସ୍କା ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଆଗାମି ଦିନରେ ଦଳ ଆହୁରି ସଦୃଢ ହେବା ସହ ଆସନ୍ତା ୧୫ ତାରିଖ ରେ ରାୟଗଡା ଠାରେ ଦଳ ତାର ଶକ୍ତି ପ୍ରଦର୍ଶନ କରିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.