ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସାହାଙ୍କ ତତ୍ୱାବଧାନରେ ବିଦ୍ୟାଳୟ ର ୟୁଥ ଓ ଇକୋ କ୍ଲବର ସଭ୍ୟ ସଭ୍ୟା ସମେତ ମିନା ମଞ୍ଚ, ମିନା କ୍ୟାବିନେଟ, ହାଉସ କ୍ଲବ, ସ୍କୁଲ କ୍ୟାବିନେଟ ତଥା ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ଗ୍ରାମର ଶିବମନ୍ଦିର ପରିସରକୁ ଯାଇ ଅଳିଆ ଆବର୍ଜନା ସଫାକରି ଅଞ୍ଚଳବାସୀ ଙ୍କୁ ସଚେତନର ବାର୍ତ୍ତା ଦେଇଛନ୍ତି। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସାହାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ବିଦ୍ୟାଳୟ ର ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ସହଯୋଗରେ ବିଦ୍ୟାଳୟର ଶିକ୍ଷାଦାନରେ ସୀମିତ ନ ରହି ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇଥାଏ।ଯେପରି କି ପ୍ରକୃତି ଓ ପରିବେଶ କୁ ନେଇ ବିଶ୍ୱ ପରିବେଶ ଦିବସ, ମା କେ ନାମ ଏକ ପେଡ, ବନ୍ୟ ଜନ୍ତୁ ସୁରକ୍ଷା, ସାକ୍ଷରତା କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ଜାତୀୟ ଦିବସ ପାଳନ, କ୍ରୀଡା ଉତ୍ସବ, ଯୋଗ ଦିବସ, ମୃତ୍ତିକା ଓ ଜଳ ସଂରକ୍ଷଣ ଆଦି ଅନେକ କାର୍ଯ୍ୟକ୍ରମ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା, ଚିତ୍ରାଙ୍କନ, ସଭାସମିତି, କର୍ମଶାଳା ମାଧ୍ୟମରେ ଜଣସଚେତନା ସୃଷ୍ଟି କରିପାରିଛନ୍ତି। ୨୦୨୩/୨୪ ଶିକ୍ଷାବର୍ଷରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର (ଉଭୟ ବିଦ୍ୟାଳୟ ଓ ପ୍ରାଥମିକ ଶିକ୍ଷକ), ତଥା ଗତ ୨୦୨୫ ବର୍ଷ ପାଇଁ ପ୍ରକୃତି ମିତ୍ର ପୁରସ୍କାର ପାଇ ବିଦ୍ୟାଳୟ ସୁନାମ ପାଇ ଆସୁଅଛି।ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ ଅଭିନଵ ଓ ନିଆରା ପ୍ରୟାସରେ ବିଦ୍ୟାଳୟ ପରିସରରେ ତଥା ବାହାରେ ନିଜେ ବୃକ୍ଷରୋପଣ କରି ପରିବେଶକୁ ସବୁଜ ସୁନ୍ଦର କରିବା ସହ ଅନ୍ୟକୁ ପ୍ରେରଣା ଯୋଗାଇବା ସହ ଉତ୍ସାହିତ କରିପାରିଛନ୍ତି। ଏଣୁ ଏହି ଅଭିନବ ସ୍ବଚ୍ଛତା ଓ ବିକାଶ ମୂଳକ କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ସାହା ଛାତ୍ର ଛାତ୍ରୀ ଏଵଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।





