ଚଇତିରେ ବାଲ୍ୟ ବିବାହ ନିଷେଧ ସଚେତନତା ଷ୍ଟଲ ଦର୍ଶକମାନଙ୍କ ଦ୍ୱାରା ବେଶ ଆଦୃତ

ରାୟଗଡ,୩୦/୧୨ : ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ଚଇତି ଓ ପଲ୍ଳିଶ୍ରୀ ମେଳା ଗତ ୨୬ତାରିଖ ଠାରୁ ସ୍ଥାନୀୟ ଜିସିଡି ପଡିଆ ଠାରେ ମହା ଆଡମ୍ବରରେ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟି ଦ୍ୱାରା ବାଲ୍ୟ ବିବାହ ନିଷେଧ ସମ୍ବନ୍ଧରେ ଏକ ସଚେତନତା ଧର୍ମୀ ଷ୍ଟଲ ଦର୍ଶକମାନଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେଉଛି । ଉଦଘାଟନୀ ଦିବସରେ ଏହି ଷ୍ଟଲକୁ କୋରାପୁଟ ସାଂସଦ ସପ୍ତଗିିରୀ ଉଲାକା,ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ.ସର୍ବଣା ବିବେକ ଏମ., ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ପ୍ରାୟ ୨୦ହଜାର ଦର୍ଶକ ବୁଲି ଦେଖି ଦେଖିଛନ୍ତି । ଦ୍ୱିତୀୟ ଦିବସରରେ ସେମିତି ବିଭିନ୍ନ ସରକାରୀ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସମତେ ପ୍ରାୟ ୩୦ହଜାରରୁ ଉର୍ଦ୍ଧ ଦର୍ଶକ ବୁଲି ଦେଖିଥିଲେ । ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଳା ଶିଶୁ ସରୁକ୍ଷା ୟୁନିଟ୍ ଦ୍ୱାରା ଏହି ଷ୍ଟଲଟି ପ୍ରଦର୍ଶିତ ହୋଇ ବେଶ ଲୋକାଦୃତ ହୋଇପାରିଛି । ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନାୟକ କୁହନ୍ତି ଯେ, ଜିଲ୍ଳାରେ ବାଲ୍ୟ ବିବାହର ସ୍ଥିତି ଅତି ସଙ୍ଗିନ ଏଣୁ ଜିଲ୍ଳାକୁ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଳା ଭାବେ ଗଢି ତୋଳିବା ପାଇଁ ଜିଲ୍ଳାସ୍ତରରେ ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଛି ଏହି କାର୍ଯ୍ୟ ଖସଡାର ଅଂଶ ସ୍ୱରୂପ ଏହି ଷ୍ଟଲ ପ୍ରଦର୍ଶନୀ ହୋଇଥିଲା । ଏହି ପ୍ରକ୍ରିୟାରେ ଜିଲ୍ଳାର ପ୍ରାୟ ଲକ୍ଷାଧିକ ଲୋକଙ୍କ ପାଖରେ ବାଲ୍ୟ ବିବାହର ଅପକାରିତା ଓ ବାଲ୍ୟ ବିବାହ ନିଷେଧ ଆଇନ ବିଷୟରେ ଞାନ ବଢାଇବା ପାଇଁ ଏହି ପ୍ରୟାସ କରାଯାଇଛି ।

Omkar Vasthu
Omkar Vasthu
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

_________________________________________

Pearl dental clinic
Near Ashish Medical Store, Bhawanipatna

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.