ଜାନୁୟାରୀ ୩ରୁ ୬ ବଲାଙ୍ଗିର ଲୋକଉତ୍ସବ

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଉତ୍ସବକୁ ନେଇ ସାମ୍ବାଦିକ ସମ୍ମିଳନୀ

Omkar Vasthu
Omkar Vasthu

ବଲାଙ୍ଗିର,୨/୧ : ବଲାଙ୍ଗିର ଜିଲ୍ଲାର ଐତିହ୍ୟ ଓ ସଂସ୍କୃତିର ପ୍ରଚାର ଉଦ୍ଦେଶ୍ୟରେ ଆସନ୍ତା ୩ ଜାନୁୟାରୀ ରୁ ୬ ଜାନୁୟାରୀ ଚାରିଦିନ ବ୍ୟାପି ବିଂଶତମ ବଲାଙ୍ଗିର ଲୋକଉତ୍ସବ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପାଳିତ ହେବ। ଏହି ଉତ୍ସବରେ ଲୋକନୃତ୍ୟ, ଲୋକବାଦ୍ୟ, ଲୋକସଙ୍ଗୀତ, ଲୋକନାଟ୍ୟ ତଥା ଜିଲ୍ଲା ଓ ରାଜ୍ୟ ବାହାରର କଳାକୃତି ପ୍ରଦର୍ଶନୀ, କବିତା ଆସର, ଆଲୋଚନା ଚକ୍ର ଆଦି ଆୟୋଜିତ ହେବ। ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୩୫ରୁ ଉର୍ଦ୍ଧ୍ବ ଷ୍ଟଲ ଗୁଡ଼ିକ ଖୋଲା ରହିବ । ସେପଟେ ପ୍ରତିଦିନ ନୂତନ ଅତିଥି ସହ ଲୋକଉତ୍ସବର ଶୋଭା ବଢ଼ାଇବ କଳା ମଣ୍ଡଳର ରଙ୍ଗମଞ୍ଚ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ସାଂସ୍କୃତିକ ଅଧିକାରୀ ବିଜୟ କୁମାର ସତପଥୀ, ଜିଲ୍ଲା ସୂଚନା ତଥା ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଉପଜିଲ୍ଲାପାଳ ପରକ୍ଷିତ ସେଠି, ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ, କୁନା ବାଗ, ଚିତ୍ତରଞ୍ଜନ ମିଶ୍ର, ଆନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.