ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ – ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ

ଭୁବନେଶ୍ବର,୩/୧ : ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ଦାବି କରିଛନ୍ତି ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ଜାରି ରହିଥିବା ଦ୍ୱିମତ ମଧ୍ୟରେ ପୁରୀ ଶଙ୍କରାଚାର୍ଯ୍ୟ ଏହାକୁ ସମର୍ଥନ କରି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, – “ବିଶ୍ୱରେ ମୋଟ ୨୦୪ଟି ଦେଶ ରହିଛି ସେଥିରୁ ଅନେକ ଖ୍ରୀଷ୍ଟିଆନ, ମୁସଲିମ ରାଷ୍ଟ୍ର ରହିଛି । ଅନେକ ଦେଶରେ ହିନ୍ଦୁମାନେ ବସବାସ କରୁଥିଲେ ବି ବିଶ୍ୱରେ ଗୋଟିଏ ବି ହିନ୍ଦୁ ରାଷ୍ଟ୍ର ନାହିଁ ।” ଜାତିସଂଘ ପକ୍ଷରୁ ଭାରତ, ନେପାଳ, ଭୁଟାନକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ସେ କହିଛନ୍ତି । ଆଗକୁ ସେ କହିଛନ୍ତି ଯେ, “ଅନ୍ୟତ୍ର ଉତ୍ପୀଡନର ଶିକାର ହିନ୍ଦୁଙ୍କୁ ଏହି ତିନି ରାଷ୍ଟ୍ରରେ ଥଇଥାନ କରାଯାଉ । ଜାତିସଂଘରେ ଏ ନେଇ ସ୍ୱତନ୍ତ୍ର ନ୍ୟାୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଉ । ବିଭିନ୍ନ ଦେଶର ଧର୍ମୀୟ ସଂଖ୍ୟାଲଘୁଙ୍କୁ ଥଇଥାନ ପାଇଁ ନ୍ୟାୟାଳୟ କାମ କରୁ । ଦେଶର ହିତ ପାଇଁ କିଛି ପଦକ୍ଷେପ ନେବା ପୂର୍ବରୁ ବିଚାରବିମର୍ଶ କରିବା ଉଚିତ ।” ସେହିପରି ସିଏଏ ପରେ ହୋଇଥିବା ହିଂସାକୁ ସେ ସରକାରଙ୍କ ଏକ ବିଫଳତା ବୋଲି ମଧ୍ୟ ଦର୍ଶାଇଛନ୍ତି । ସେ କହିଛନ୍ତି ଯଦି ସିଏଏ ନେଇ ପୂର୍ବରୁ ସମୀକ୍ଷା ହୋଇଥାନ୍ତା ତେବେ ଯାହା ଅଶାନ୍ତି ହେଲା, ତାହା ହୋଇନଥାନ୍ତା । ଏଠାରେ ସୂଚନା ଯୋଗ୍ୟଯେ, ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର କେତେକ ରାଜନୈତିକ ଦଳ ଓ ମୁସଲମାନମାନେ ବିରୋଧକରୁଛନ୍ତି ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.