କୋକସରା,୧୧/୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବେହେରା ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟର ୧୯୯୯ ମାଟ୍ରିକ ବ୍ୟାଚ ର ଛାତ୍ର ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦୨୦ ନୂତନ ବର୍ଷକୁ ସ୍ୱାଗତ ଜଣେଇ ସାଙ୍ଗ ମାନଙ୍କ ମଧ୍ୟରେ ସବୁବେଳେ ସୁସମ୍ପର୍କ ଓ ଯୋଗାଯୋଗ ରହିବା ଲକ୍ଷ ନେଇ ବେହେରା ଭଣାଡଙ୍ଗର ରୁଷିଗୁମ୍ଫା ଏହି ବ୍ୟାଚ ର ଏକ ବନ୍ଧୁ ମିଳନ ହୋଇଥିଲା । ସାଙ୍ଗ ମାନେ ନିଜ ନିଜ ଭିତରେ ଦୁଃଖ ସୁଖ ଆଲୋଚନା କରି ଜୀବନରେ ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ହେଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି ପ୍ରକାଶ କରିଥିଲେ । ଏହାସହ ନିଜ ଅନୁଭୂତି ମାନ ପ୍ରକାଶ କରିଥିଲେ । ଇତି ମଧ୍ୟରେ ଅନେକ ସାଙ୍ଗ ଶିକ୍ଷକ, ପ୍ରଶାସନିକ, ରାଜନୀତି, କୃଷି ଓ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ମ୍ୟାଟ୍ରିକ ପାସର ଦୀର୍ଘ ୨୦ ବର୍ଷ ବିତିଯାଇଥିବା ବେଳେ ଆଜି ସମସ୍ତେ ଏକତ୍ରିତ ହୋଇ ଥିବା ଖୁସି ଜଣାପଡୁଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ମୋହିତ ରାଉତ, ଇନ୍ଦ୍ର ନାଏକ, ପ୍ରେମ ନିଏଲ, ସୁରେନ୍ଦ୍ର ଗୋପାଳ, ଅଭୟ ସିଂହ, ମଣି ସାହୁ, କିସନ ନାଗ, ହସ୍ତ ଗଇନ୍ତା, କୈଲାଶ ବୋଡକିଆ, ବନ୍ତ ସେଠି, ଗଣେଷ ମାଝୀ, ମିହିର ପ୍ରଧାନ, ଶଶି ସାଗରଙ୍କ ସହ ୫୫ ଜଣ ବନ୍ଧୁ ଏକତ୍ରିତ ହୋଇଥିଲେ ।