ଯୁଗଯାତ୍ରୀ ସାହିତ୍ୟ ସଂସଦର ପୁଷପୁନି ଭେଟ 

କଳାହାଣ୍ଡି :୧୧/୧(ହେମନ୍ତ ସାହୁ) : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ଆଜି ପୁଷପୁନି ଭେଟ ସଂସଦ ଗୃହରେ ମହାସମାରୋହରେ ପାଳିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ଜିଲ୍ଲାପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗଦେଇ ଯୁଗଯାତ୍ରୀ ସାହିତ୍ୟ ସଂସଦ ଭଳି ମ.ରାମପୁରରେ ଥିବା ସମସ୍ତ ପୁରାତନ ଅନୁଷ୍ଠାନର ପୁନ୍ନରୁତ୍ଥାନ କରିବା ଦିଗରେ ଯତ୍ନବାନ ହେବି ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ସମ୍ମାନୀତ ଅତିଥିଭାବରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଲଳିତ କୁମାର ମହାଲିକ ଯୋଗଦେଇଥିବା ବେଳେ ସଭାପତି ପଦ୍ମଲୋଚନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସରସ୍ୱତୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ବରିଷ୍ଠ କବି ଉଦୟ ନାୟକ, ସୁରେନ୍ଦ୍ର ମହାଖୁଡ଼, କୀର୍ତ୍ତନ ଘିଭେଲା, ଅଧ୍ୟାପିକା ଲିପ୍ସାମୟୀ ଦୁବେ, ସରସ୍ୱତୀ ଦାସ, ନରେଶ କୁମାର ସାହୁ, ତପନ କୁମାର ସାହୁ, ମଧୁସୂଦନ ସିଂହ, ପୀତାମ୍ବର ସାହୁ, କାହ୍ନୁଚରଣ ସାହୁ ପ୍ରମୁଖ କବିତା ପାଠ କରିଥିବାବେଳେ ସଂପାଦକ ହେମନ୍ତ ସାହୁ ଅତିଥିପରିଚୟ ଓ ଧନ୍ୟବାଦାର୍ପଣ କରିଥିଲେ ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ପ୍ରଶାନ୍ତ ସାମନ୍ତରା, ପରମାନନ୍ଦ ବିଶି, ଶିବ ଶଙ୍କର ପଟ୍ଟନାୟକ, ପବନକୁମାର ମହାଲିକ, କିଶୋର କୁମାର ନାଏକ, ନରୋତ୍ତମ ସେଲମା, ରାମେଶ୍ୱର ସାହୁ, ବିଭୂତି ଭୂଷଣ ମହାଖୁଡ଼, ଦିଲୀପ ମହାଖୁଡ଼, ସଂଯୁକ୍ତା ପୁରୋହିତ, ସୁଶାନ୍ତ ମିଶ୍ର, ପ୍ରଭଞ୍ଜନ ମହାପାତ୍ର, ହୃଦାନନ୍ଦ ସାହୁ, ଭାରତ ଚାଟାର୍ଜି, ପରମାନନ୍ଦ ଅଗ୍ରୱାଲ, ନିରଞ୍ଜନ ମହାରଣା, ଦିବାକର ସାହୁ, ରମେଶଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.