କୋକସରା,୨୩/୨ : ସରକାରୀ କର୍ମଚାରୀଙ୍କ ପ୍ରମୋସନର ସବୁଦିନ ପାଇଁ ସଂରକ୍ଷଣ ମାର୍ଗକୁ ବନ୍ଦ କରିଦେବା, ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ, ନାଗରିକର ମୌଳିକ ଅଧିକାର କ୍ଷୁର୍ଣ ହେଲେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ସୁରକ୍ଷା ଦେବା ବଦଳରେ ଦଳିତ, ଆଦିବାସୀ, ପଛୁଆବର୍ଗର ଯୁବକ,ଯୁବତୀ, ସରକାରୀ କର୍ମଚାରୀଙ୍କ ମୌଳିକ ଭାବନାକୁ ଆଘାତ ଦେଇଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ବିରୋଧୀରାୟ ବିରୋଧରେ ଭୀମଆର୍ମି ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
କୋକସରା ବ୍ଲକ ଚିଲିଗୁଡା ଠାରେ ଭିମ ସେନା ଓ ସମ୍ବିଧାନ ସୁରକ୍ଷା ମଞ୍ଚ ଦ୍ୱାରା ଜାତୀୟ ରାଜପଥ ୨୬ କୁ ଅବରୋଧ କରି ରଖିଛନ୍ତି । ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ଠପ ହୋଇପଡ଼ିଛି । ଯାତ୍ରୀ ମାନେ ଅସୁବିଧା ର ସମ୍ମୁଖୀନ ହୋଇ ପଡିଛନ୍ତି। କୋକସରା ବ୍ଲକ ସମ୍ବିଧାନ ସୁରକ୍ଷା ମଞ୍ଚ ର ଆବାହକ ଦୁର୍ଯୋଧନ ଠାକୁର ଙ୍କ ତତ୍ୱାବଧାନରେ ଆଜି ଭୀମ ସେନା ର କେଶବ ବାଗ, ପୁସ୍ତମ ନିଆଲ, ତୁଳସିରାମ ନିଆଲ, ଭଜ ବେମାଲ, ଧନବଲ ନାଏକ, ମାର୍କଣ୍ଡ ବେମାଲ ଓ ଅନ୍ୟ କର୍ମକର୍ତ୍ତା ମାନେ ଏହି ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ରହିଛନ୍ତି।
କଳାହାଣ୍ଡି କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ