ସୁବର୍ଣ୍ଣପୁର,୨୪/୨ : ସରକାରୀ କର୍ମଚାରୀଙ୍କ ପ୍ରମୋସନର ସବୁଦିନ ପାଇଁ ସଂରକ୍ଷଣ ମାର୍ଗକୁ ବନ୍ଦ କରିଦେବା, ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ, ନାଗରିକର ମୌଳିକ ଅଧିକାର କ୍ଷୁର୍ଣ ହେଲେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ସୁରକ୍ଷା ଦେବା ବଦଳରେ ଦଳିତ, ଆଦିବାସୀ, ପଛୁଆବର୍ଗର ଯୁବକ, ଯୁବତୀ, ସରକାରୀ କର୍ମଚାରୀଙ୍କ ମୌଳିକ ଭାବନାକୁ ଆଘାତ ଦେଇଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ବିରୋଧୀରାୟ ବିରୋଧରେ ଭୀମଆର୍ମି ଭାରତ ବନ୍ଦ ଡାକରା ଦେଇଛନ୍ତି । ସୁବଣ୍ଣପୁର ଜିଲ୍ଲା ରେ ମଧ୍ଯ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲ ବ୍ଲକ ଗୁଡିକ ରେ ମଧ୍ଯ ଭିମ ସେନା ଓ ସମ୍ବିଧାନ ସୁରକ୍ଷା ମଞ୍ଚ ଦ୍ୱାରା ଜାତୀୟ ରାଜପଥ ୫୭ କୁ ଅବରୋଧ କରି ରଖିଛନ୍ତି । ସୋନପୁର ଜିଲ୍ଲା ସମ୍ବିଧାନ ସୁରକ୍ଷା ମଞ୍ଚ ର ଆବାହକ ମଂଚ ପକ୍ଷ ମଂଚ ତତ୍ୱାବଧାନରେ ଭୀମ ସେନା ର କର୍ମକର୍ତ୍ତା ମାନେ ଏହି ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ରହିଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ