ବୋଦା ବଳିରେ ରକ୍ତ ରଂଜିତ ହେଲା ବେଲଖଣ୍ଡିି ଶିିବ ମନ୍ଦିରର ଚଣ୍ଡୀ ପିଠ

କେସିଙ୍ଗା,୨୩/୨ : କଳାହାଣ୍ଡି ଜିଲ୍ଲା, କେସିଙ୍ଗା ବ୍ଲକ ଅଧିନରେ ଥିବା ଶ୍ରୀଶ୍ରୀ ଧବଳେଶ୍ୱର ପୀଠ ବେଲଖଣ୍ଡି ଠାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶିବରାତ୍ର ସମୟରେ ଚଣ୍ଡି ଦ୍ବାରରେ ପଡ଼ିଛି ସତାଧିକ ବୋଦା ବଳି । ଯାହାଫଳରେ ରକ୍ତ ରଞ୍ଚିତ ହୋଇ ଉଠିଛି ଚଣ୍ଡି ପୀଠ । ଚଣ୍ଡୀ ପୀଠରେ ମନସ୍କାମନା ପୂର୍ଣ୍ଣ ହୋଇଥିବା ଭକ୍ତମାନେଏହି ଯାତ୍ରା ସମୟରେ ବୋଦା ବଳିଦେଇ ଥାନ୍ତି । ଏହି ଶୈବପୀଠଟି ଉତେଇ ଓ ତେଳ ନଦିର ସଙ୍ଗମ ସ୍ଥଳିରେ ରହିଥିବା ବେଳେ ତିନି କୋଣରେ ତିନୋଟି ଶୈବପୀଠ ରହିଛି । ଯାହାକି ପୂର୍ବ କୋଣରେ ରାମେଶ୍ବର ଶୈବପୀଠ ପୂଟି ଗାଁ, ଉତ୍ତର କୋଣରେ ଖମ୍ବେଶ୍ୱର ଶୈବପୀଠ କଁଷର ଥିବା ବେଳେ ପଞ୍ଚିମ କୋଣରେ ଅବସ୍ଥିତ ଧବଲେଶ୍ଵର ଶୈବପୀଠ ବେଳଖଣ୍ଡି । ଏହା ଦେଖିବାକୁ ତ୍ରିକୋଣ ରୂପେ ରହିଥିବା ବେଳେ ମନ୍ଦିରର କେତେକ ପାର୍ଶ୍ଵରେ ରହିଛି ଛୋଟ ଛୋଟ ପଥର ମୂର୍ତ୍ତି ଓ ଏହି ଶୈବପୀଠଟି ସପ୍ତମାତୃକା ଶୈବପୀଠ ନାମରେ ନାମିତ ହେବାର କାରଣ ସପ୍ତମୟି ମାଁ ଚଣ୍ଡି ପୂଜା ପାଉଥିବା ପୂଜା କମିଟି ତଥା ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

କେସିଙ୍ଗାରୁ ଦୁର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://it.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.