ଉତ୍କଳ ଆଲୁମିନା ପକ୍ଷରୁ ୪୯ତମ ଜାତୀୟ ସୁରକ୍ଷା ଦିବସର ଶୁଭାରମ୍ଭ

କାଶିପୁର/ଭୁବନେଶ୍ୱର,୪/୩ : ଜାତୀୟ ନିରାପତା ପରିଷଦର ନେତୃତ୍ୱରେ ସାରା ଦେଶରେ ୨୦୨୦ ମାର୍ଚ୍ଚ ୪ ତାରିଖ ଠାରୁ ୪୮ତମ ଜାତୀୟ ନିରାପତା ଦିବସ ପାଳନ କରାଯାଉଛି । ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ ଏହାର ଦୋରାଗୁଡ଼ା କାରଖାନାର ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ନିରାପତାକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ୪୯ତମ ଜାତୀୟ ନିରାପତା ମାସ ପାଳନ କରାଯାଉଛି ।

ମାର୍ଚ୍ଚ୪, ୨୦୨୦ରେ ଏକ ଗଣ ର‌୍ୟାଲି ଆୟୋଜନ କରାଯାଇଥିଲା ଏବଂ ଏହା ପରେ ମୁଖ୍ୟ ଅଫିସ ପଡ଼ିଆରେ ଉଦଘାଟନୀ ସମାରୋହର ଆୟୋଜନ କରାଯାଇଥିଲା । ୟୁଏଆଇଏଲ୍‌ର ସଭାପତି ଓ ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଏନ୍ ନାଗେଶ ପତାକା ଉତୋଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ବର୍ଷତମାମ କୌଣସି ପ୍ରକାର ଦୁର୍ଘଟଣାର ଶିକାର ନହୋଇ ନିଜର କାର୍ଯ୍ୟକୁ କିଭଳି ସୁରକ୍ଷିତ ଭାବେ କରିହେବ ସେ ନେଇ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରତିବଦ୍ଧତାର ନବୀକରଣ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ ।

ଉତ୍କଳରେ ଚଳିତ ମାସର ବିଷୟବସ୍ତୁ ହେଉଛି “ଅତ୍ୟାଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରି ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରଦର୍ଶନରେ ଉନ୍ନତି ଆଣିବା ।’’ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ସଦସ୍ୟମାନେ ସୁରକ୍ଷା ଓ ସ୍ୱାସ୍ଥ୍ର‌୍ୟକୁ ନେଇ ଶପଥ ପାଠ କରିଥିଲେ । ଶ୍ରୀଯୁକ୍ତ ମଜହରୁଲ୍ଲା ବୈଗ, ଯୁଗ୍ମ ସଭାପତି-ଇଞ୍ଜିନିୟରିଂ ଓ ଏଲଡିସି, ଶ୍ରୀଯୁକ୍ତ ରବି ନାରାୟଣ ମିଶ୍ର, ଭିପି ପ୍ରୋସେସ ଓ ଶ୍ରୀଯୁକ୍ତ ପି ଭି କ୍ରିଷ୍ଣା, ଭିପି ପ୍ରୋଜେକ୍ଟଙ୍କ ତରଫରୁ ହିନ୍ଦୀ, ଓଡ଼ିଆ ଓ ଇଂରାଜି ଭାଷାରେ ନିରାପତା ଓ ସ୍ୱାସ୍ଥ୍ୟ ଶପଥ ପାଠର ପରିଚାଳନା କରାଯାଇଥିଲା । 

ଏଥିରେ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‌ର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ସତୀଶ ପାଇଙ୍କ ଏକ ବାର୍ତାକୁ ଏହି ଅବସରରେ ପାଠ କରାଯାଇଥିଲା ଯେଉଁଥିରେ ସେ କହିଥିଲେ ଯେ ହିଣ୍ଡାଲକୋ ବ୍ୟବସାୟର ମୂଳରେ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି ଓ ଶୂନ ଦୁର୍ଘଟଣା ହାସଲ କରିବାର ପ୍ରତିବଦ୍ଧତା ବିଷୟରେ ସେ ଜଣାଇଛନ୍ତି । ନିଜସ୍ୱ ବ୍ୟବହାରକୁ ନେଇ ବ୍ୟକ୍ତିଗତ ଦାୟିତ୍ୱ ନେବା, ଅନ୍ୟମାନଙ୍କୁ ସୁରକ୍ଷା ଦେବା ଏବଂ ଏକ ସୁରକ୍ଷିତ କର୍ମ ସଂସ୍କୃତି ପାଇଁ ପାରିପାଶ୍ୱର୍କୁ ନିରୀକ୍ଷଣ କରିବା ଲାଗି ସେ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ୟୁନିଟ୍‌ର ସ୍ଥାନୀୟ ମୁଖ୍ୟମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତିଯେ କଂଟ୍ରାକ୍ଟର ନିରାପତା ପରିଚାଳନାକୁ କାର୍ଯ୍ୟକାରୀ ଓ ସୁଦୃଢ଼ କର, ବ୍ୟବହାର ଭିତିକ ନିରାପତା (ବିବିଏସ) ଏବଂ ପରିବର୍ତିତ ବ୍ୟବସ୍ଥା ପରିଚାଳନା ନିୟମକୁ ପାଳନ କରିବାକୁ କହିଛନ୍ତି ।

ଆଗାମୀ ଦିନରେ ହିଣ୍ଡାଲ୍‌କୋରେ କର୍ମକ୍ଷେତ୍ରରେ ଶୂନ ଦୁର୍ଘଟଣା ଏବଂ ଆଘାତ ଲାଗି ସମୟ ନଷ୍ଟ ନକରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ଏନ୍ ନାଗେଶ, ୟୁନିଟ୍ ମୁଖ୍ୟ ଓ ସଭାପତି, ଉତ୍କଳ, ସାଧାରଣ ନିରାପତା ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିଷ୍ଠାର ସହିତ ନିୟମ ପାଳନ କରିବା ଲାଗି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ୟୁଏଆଇଏଲର କର୍ମ କ୍ଷେତ୍ରରେ “ଶୂନ ଦୁର୍ଘଟଣା’ ସଂସ୍କୃତି ଉପରେ ସେ ଗୁରୁତ୍ୱ ଦେଇଥିଲେ ଏବଂ ବ୍ୟାବହାରିକ ନିରାପତାରେ ଉନ୍ନତି ଆଣିବା ଲାଗି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.