ଘୁମୁରା ନାଦରେ ପ୍ରକମ୍ପିତ ହେଉଛି ନର୍ଲା ଅଞ୍ଚଳ

ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତ ସ୍ଥରୀୟ ଘୁମୁରା ଉତ୍ସବ

ଭୂବନେଶ୍ବର,୬/୧:
କଳାହାଣ୍ଡିର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ଥରରେ କଳାହାଣ୍ଡି ଉତ୍ସବ ଘୁମୁରାର ପରିକଳ୍ପନା କରାଯାଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ସ୍ଥର ପର୍ଯ୍ୟନ୍ତ ଏହା ବ୍ୟାପ୍ତ ହୋଇ ସାରା ଓଡିଶାରେ ସୁଖ୍ୟାତି ଅର୍ଜନ କରିପାରିଛି । ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଖୋଜି ବାହାର କରି ମଞ୍ଚ ପ୍ରଦାନ କରିବାରେ ଜିଲ୍ଲା, ବ୍ଲକ ଠାରୁ ପଞ୍ଚାୟତ ସ୍ଥରୀୟ ଘୁମୁରା ଉତ୍ସବର ଭୂମିକା ଗୁରୁତ୍ବ ପୂର୍ଣ୍ଣ । ଜାନୁୟାରୀ ୧୪ଠାରୁ ଭବାନୀପାଟଣାରେ ୨୩ ତମ ଜିଲ୍ଲା ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଆରମ୍ଭ ହେବାକୁ ଥିବା ବେଳେ ଧର୍ମଗଡରେ ଉପଖଣ୍ଡ ସ୍ଥରୀୟ ଓ ବ୍ଲକ ମାନଙ୍କରେ ବ୍ଲକ ସ୍ଥରୀୟ ଉତ୍ସବ ଆୟୋଜିତ ହେବ । ଏହା ପୂର୍ବରୁ ନର୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବର ଆୟୋଜନ କରାଯାଉଥିବାରୁ ସାଧାରଣ ଜନତା ଏଥିରେ ସାମିଲ ହୋଇ ଉତ୍ସବର ଭରପୁର ମଜା ନେଉଥିବା ଦେଖାଯାଇଛି ।

Omkar Vasthu
Omkar Vasthu

ସମ୍ବଲପୁରୀ ନୃତ୍ୟରେ କମ୍ପିଲା ନର୍ଲା ପଞ୍ଚାୟତର ବୁଢାରଜା ମଞ୍ଚ : ଉପଭୋଗ କଲେ ତିନି ହଜାର ଦର୍ଶକ : ସମ୍ବର୍ଧିତ ହେଲେ ବହୁ ବିଶିଷ୍ଟ ବ୍ୟକ୍ତି

ହାଡ ଭଙ୍ଗା ଶୀତକୁ ଖାତିର ନକରି ଦର୍ଶକ ମନଭରି ଉପଭୋଗ କରୁଥିଲେ କଳାକାର ମାନଙ୍କ ଛନ୍ଦମୟ ନୃତ୍ୟ, ଏହି ନୃତ୍ୟର ପ୍ରଚ୍ଛଦ ପଟ୍ଟରେ ଉଦ୍ଭାଷିତ ହେଉଥିଲା ନର୍ଲା ମାଟିର କଳା ସଂସ୍କୃତିର ବାସ୍ନା । ନୃତ୍ୟର ତାଳେ ତାଳେ ଝୁମି ଉଠୁଥିଲେ ଦର୍ଶକ । ପ୍ରାୟ ତିନି ହଜାର ଦର୍ଶକଙ୍କ ଉପସ୍ଥିତିରେ ବର୍ଣ୍ଣାଢ୍ୟ ହୋଇ ଉଠୁଥିଲା ପରିବେଶ । ସମସ୍ତେ ସରପଞ୍ଚଙ୍କ ପ୍ରଶଂସାରେ ସତମୂଖ ହୋଇଉଠୁଥିଲେ । ଏହା ହେଉଛି ନର୍ଲା ଠାରେ ଆୟୋଜିତ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ଦୃଶ୍ୟ ।

Pearl dental clinic
Near Ashish Medical Store, Bhawanipatna

ନର୍ଲା ସରପଞ୍ଚ ଚିରଂଜିବି ଗୌଡିଆଙ୍କ ଅଧ୍ୟକ୍ଷତାରେ ଏକ ମନୋରମ ପରିବେଶରେ ଆୟୋଜିତ ଏହି ଉତ୍ସବକୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସାଂଦ୍ଧ୍ୟ ଅଧିବେଶନରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ଚିତ୍ତରଂଜନ ମଣ୍ଡଳ (ବାବୁଲି), ସମ୍ମାନିତ ଅତିଥିଭାବେ ନର୍ଲା ଥାନା ଅଧିକାରି ରମଣୀ ରଂଜନ ଦଳେଇ, ବିଡିଓ ଡଃ ବ୍ୟାସଦେବ ବେହେରା, ଅବସରପ୍ରାପ୍ତ ଜେଲ ପ୍ରଶାସନିକ ଅଧିକାରୀ ତଥା ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିବଦାସ ଚାନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ପର୍ଯ୍ୟବେକ୍ଷକ ତଥା ନର୍ଲା ପିଏ ଜଗଦିଶ ଚନ୍ଦ୍ର ଛୁରିଆ, ବରିଷ୍ଠ ନାଗରିକ ସତ୍ୟ ନାରାୟଣ ପାତ୍ର, ସମିତି ସଭ୍ୟା ସପୁର ବାଗ ପ୍ରମୂଖ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ଦଶ ଜଣ ଗୌନ୍ତିଆଙ୍କ ସମେତ ବିଶିଷ୍ଟ ଶିକ୍ଷାବିତ ସୁବାଷ ଚନ୍ଦ୍ର ଚନ୍ଦ, ସମାଜସେବୀ ସମୀର ଚନ୍ଦ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଲୋକ କଳାକାର ସର୍ବେଶ୍ବର ଭୋଇ, ନାଟ୍ୟଗୁରୁ ଗୋପାଳ ଚନ୍ଦ୍ର ମିଶ୍ର, ବରିଷ୍ଠ ଜୌତିଷ କମୁଦ ପଟ୍ଟନାୟକ, ପ୍ରଧାନ ଶିକ୍ଷକ ବିଜୟ ସେନାପତି, ମୃଦଙ୍ଗ ବାଦକ ପ୍ରସନ୍ନ ଗଉଡ, ବିଜୟ ପଣ୍ଡା ଓ ତପିନ୍ଦ୍ର ଗୌଡିଆ ପ୍ରମୂଖଙ୍କ ସହ ଅନେକ କୃତି ଛାତ୍ର ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର।

Udyog Nursery
Udyogi Nursery

ରୁପ୍ରାରୋଡ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ : ମନ ମୋହିଲା ସାଂସ୍କୃତିକ ଆସର

ନର୍ଲା ବ୍ଲକର ବୈବସାୟିକ ପେଣ୍ଠସ୍ଥଳି ରୁପ୍ରାରୋଡ ଠାରେ ପ୍ରବଳ ଉତ୍ସାହ ଉଦ୍ଦିପନା ମଧ୍ୟରେ କଳାହାଣ୍ଡି ଉତ୍ସବ ଘୁମୁରା ଉଦଜାପିତ ହୋଇଯାଇଛି । ରୁପ୍ରାରୋଡ ସରପଞ୍ଚ ଚିତ୍ତ ରଂଜନ ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି,

ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଦୂର୍ଗାପ୍ରସାଦ ମହାନ୍ତି, ସମିତି ସଭ୍ୟ କିଶୋର ଚନ୍ଦ୍ର ଭୋଇ, ନାଏବ ସରପଞ୍ଚ ଡଲି ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ରିନା ଭୋଇ, ପ୍ରଧାନ ଶିକ୍ଷକ ବୃନ୍ଦାବନ ପ୍ରଧାନ, ଅବସରପ୍ରାପ୍ତ କ୍ରିଡା ଶିକ୍ଷକ ଶ୍ୟାମ ସୁନ୍ଦର ଶର୍ମା ପ୍ରମୂଖ ଯୋଗଦେଇ କୃତି ଛାତଛାତ୍ରୀ ଓ ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରିବାସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା ।

ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେଇଥିଲେ ଦର୍ଶକ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ ଅନିଲ କୁମାର ସାହୁ ଓ ଅନାଦି ଗିରି ।

ସରିଆଁ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ : କଳା ସଂସ୍କୃତି ସଂରକ୍ଷଣର ବାର୍ତା ପ୍ରଦାନ କଲା ମଞ୍ଚ

ସରିଆଁ ପ୍ରାଥମିକ ବିଦ୍ୟାଳୟ ପରିଶରରେ ସରିଆଁ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଆୟୋଜିତ ହୋଇ ଯାଇଛି । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି,

ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି , ସ୍ଥାନୀୟ ସରପଞ୍ଚ ଜନନୀ ଭୋଇ, ଜିଲ୍ଲା ପରିଷଦ ସଦସ୍ୟା ରିନା ଭୋଇ, ସମିତି ସଭ୍ୟା ନନ୍ଦିନୀ ଭୋଇ ପ୍ରମୂଖ ମଞ୍ଚାସୀନ ରହି କଳାହାଣ୍ଡି ଉତ୍ସବର ଆଭିମୂଖ୍ୟ ସହ କଳା ସଂସ୍କୃତିର ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ବିଜ୍ଞାନ ଶିକ୍ଷକ ଗଙ୍ଗା ନାରାୟଣ ଦାସ ।

ପଲମ : ଉତ୍ସାହ ଉଦ୍ଦିପନାର ସହ ଅନୁଷ୍ଠିତ ହେଲା ଘୁମୁରା

ନର୍ଲା ବ୍ଲକ ଅଧିନସ୍ତ ପଲମ ପଞ୍ଚାୟତ ସ୍ଥିତ ପଲମ ଉଚ୍ଚ ବିଦ୍ୟାପୀଠ ଠାରେ ୨୩ତମ କଳାହାଣ୍ଡି ଉତ୍ସବ ଘୁମୁରା ଧୁମଧାମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପଲମ ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ବୟଂସହାୟକ ଗୋଷ୍ଠୀ ସହ ଜନ ସାଧାରଣ ଉପସ୍ଥିତ ଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରସିସି ବିପ୍ର ବଗର୍ତ୍ତି , ସମ୍ମାନିତ ଅତିଥି ଭାବେ ପଲମ ସରପଞ୍ଚ ସାବେତ୍ରୀ ମାଝୀ, ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଖଗେଶ୍ବର ସାହୁ ,ଏଲ ସଲମୀ କୁମାର, ମୁଖ୍ୟ ବକ୍ତା ଭାବେ ଗୌର ଚନ୍ଦ୍ର ଗହୀର ଯୋଗ ଦେଇଥିବା ବେଳେ ଗୋବିନ୍ଦ ମାଝୀ ମଞ୍ଚ ପରିଚାଳନା କରିଥିଲେ । ପରେ ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Report By Niranjan Goud, Lingaraj Mishra, Sumeet Sharma & Jitu Sahu odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.