ଭାଙ୍ଗିଲା ମନ୍ଦିର ଓ ଘର: ବେସାହାରା ହେଲେ ଅନେକ ପରିବାର

ବିଧାୟକଙ୍କ ହସ୍ତକ୍ଷେପ ପରେ ୧୫ ଦିନର ଅସ୍ଥାୟୀ ଆଶ୍ରୟ ସ୍ଥଳି ଯୋଗାଇଦେଲା ଜିଲ୍ଲା ପ୍ରଶାସନ

ନୂଆପଡା: ନୂଆପଡା ଏନ.ଏ.ସି. ୱାର୍ଡ ନମ୍ବର ୫ ତେଲିପଡ଼ା ପୋଖରୀ ନିକଟରେ ଗଢିଉଠିଥିବା ଦୋକାନ ଓ ଘର ଗୁଡିକୁ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ଏହି ସ୍ଥାନରୁ ରୋହିତ ସାହୁ, ପୁନି ବାଇ ରାଉତ, ପଦୁମ ବାରିକ, କେଶବ ସାହୁ, ପିଣ୍ଟୁ ସାହୁ, ଅଶୋକ ଶର୍ମା, ଭୁଖାନ ସାହୁ, ମନବୋଧ ତାଣ୍ଡି ଓ ବେଦନାଥ ସାହୁ ପ୍ରମୁଖଙ୍କ ଦୋକାନ ଗୃହ ଭଙ୍ଗା ଯାଇଥିବାବେଳେ ଅର୍ଜୁନ ସାହୁ, ରେଖୁରାମ ରାଉତ ଓ ରୋହିତ ସାହୁଙ୍କ ଘର ଭାଙ୍ଗି ଦିଆ ଯାଇଛି।

Omkar Vasthu
Omkar Vasthu


ତେବେ ପ୍ରଶାସନ କହିବା ଅନୁସାରେ ସେଠାରେ ପୋଖରୀ ଓ ମନ୍ଦିରକୁ ସୌନ୍ଦର୍ଯ୍ୟିକରଣ କରି ପାର୍କ ଓ ବିଭିନ୍ନ ବିକାଶ କାର୍ଯ୍ୟ କରାଯିବ। କିନ୍ତୁ ସେଠାରେ ପ୍ରାୟ ୫୦ ରୁ ଉର୍ଦ୍ଧ ବର୍ଷ ଧରି ଘର କରି ରହି ଆସୁଥିବା ଲୋକଙ୍କୁ ଥାଇଥାନ କରାନଯାଇ ଉଛେଦ କରାଯାଇଥିବାରୁ ଏହାକୁ ଲୋକେ ଘୋର ବିରୋଧ କରିଥିଲେ।ଲୋକଙ୍କ କହିବା ଅନୁସାରେ ୨୪ ଘଣ୍ଟାର ସମୟ ସୀମା ମଧ୍ୟରେ ଘରୁ ଅନ୍ୟତ୍ର ବିସ୍ଥାପିତ ହେବା ସମ୍ଭବପର ନୁହଁ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତେବେ ପ୍ରଶାସନିକ ଅଧିକାରୀ ଓ ଲୋକଙ୍କ ମଧ୍ୟ ରେ ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା ( ଟିଟୁ ) ଆସି ଲୋକଙ୍କୁ ବୁଝାସୁଝା କରି ୧୫ ଦିନ ସମୟ ମଧ୍ୟରେ ଘର ଖାଲି କରିବା ପାଇଁ ପ୍ରଶାସନକୁ ସମୟ ମାଗିଥିଲେ। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ହସ୍ତକ୍ଷେପ ପରେ ଏହା ସମ୍ଭବ ହୋଇ ପାରିଥିଲା। ତେବେ ଲୋକଙ୍କୁ ଅନ୍ୟ ଏକ ସ୍ଥାନରେ ଜମି ଦିଆ ଯିବ ବୋଲି ପ୍ରଶାସନିକ ଅଧିକାରୀ ନୂଆପଡା ତହସିଲଦାର ଦେବେନ୍ଦ୍ର ରାଉତ ଓ ନୂଆପଡା ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ମାଝୀ ପ୍ରତିଶୃତି ଦେବା ପରେ ଲୋକେ ବାଧ୍ୟ ହୋଇ ନିଜ ଘରକୁ ଖାଲି କରିଥିଲେ।


ତେବେ ୫୦ ବର୍ଷରୁ ଉର୍ଦ୍ଧ ସମୟ ହେଲା ଘରକରି ରହି ଆସୁଥିବା ଲୋକ ୨୪ ଘଣ୍ଟା ମଧ୍ୟରେ ଘର ଖାଲି କରି ଅନ୍ୟତ୍ର ବିସ୍ଥାପିତ ହେବା କଥା କେତେଦୂର ଯୁକ୍ତିଯୁକ୍ତ ତାହା ସର୍ବ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଟି କରୁଛି। ୧୫ ଦିନ ପାଇଁ ବିସ୍ଥାପିତ ଲୋକ ମାନଙ୍କୁ ସ୍ଥାନୀୟ ୱାର୍ଡର ଏକ ସରକାରୀ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ରଖା ଯାଇଛି। ବହୁ ଦିନରୁ ବିଦ୍ୟାଳୟଟି ଖୋଲି ନ ଥିବାରୁ ସ୍କୁଲ ପରିସରରେ ଘାସ, ଗଛ ବଢ଼ି ଅଳିଆ ହୋଇଛି ବୋଲି ବିସ୍ଥାପିତ ଲୋକେ ଅଭିଯୋଗ କରିଛନ୍ତିି। ତେବେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରହି ନୂଆପଡା ଏସ.ଡି.ପି.ଓ. ପ୍ରଶାନ୍ତ ପଟ୍ଟନାୟକ, ନୂଆପଡା ସଦର ଆଇ.ଆଇ.ସି. ସଂଯୁକ୍ତା ବାର୍ଲାଙ୍କ ନେତୃତ୍ୱରେ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.